ନୂଆଦିଲ୍ଲୀ: କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟରେ ମୋଦୀ ସରକାର ‘ନାରୀରୁ ନାରାୟଣୀ’ ପାଇଁ ଅନେକ ଯୋଜନା କରିଛନ୍ତି। ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ମହିଳାମାନଙ୍କ ଭାଗିଦାରୀ ପ୍ରଣିଧାନଯୋଗ୍ୟ। ମହିଳାମାନଙ୍କ ସାମଗ୍ରିକ ବିକାଶ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ ଲାଗି ପ୍ରସ୍ତାବ ଦିଆଯାଇଛି। ଜନଧନ ଆକାଉଣ୍ଟ ଥିବା ଏସଏଚଜି ସଦସ୍ୟଙ୍କୁ ୫ ହଜାର ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ମିଳିବ। ସ୍ବୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ର ଜଣେ ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ।
ସେହିପରି ଶ୍ରମିକ ଚାଲାଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ୪ଟି ଶ୍ରମ କୋଡ୍ କରାଯିବ। ଅଣପାରମ୍ପରିକ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ପେନ୍ସନ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରମିକ ମାନଧନ ଯୋଜନାରେ କୋଟିଏରୁ ଅଧିକ ଶ୍ରମିକଙ୍କୁ ଭତ୍ତା ପ୍ରଦାନ କରାଯିବ। ଶ୍ରମିକଙ୍କୁ ୬୦ ବର୍ଷ ଟପିଲେ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ପେନସନ ଦେବାକୁ ବ୍ୟବସ୍ଥା ହୋଇଥିବା ଅର୍ଥମନ୍ତ୍ରୀ ସୂଚନା ଦେିଛନ୍ତି।



