ଅଯୋଗ୍ୟ କ୍ରୁ ମେମ୍ବରଙ୍କ ସହ ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆ ଉପରେ ୧ କୋଟି ଟଙ୍କାର ଜରିମାନା
ଡେସ୍କ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଅଯୋଗ୍ୟ କ୍ରୁ ମେମ୍ବରଙ୍କୁ ନେଇ ବିମାନ ଚଳାଚଳ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୯୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାବ୍ୟତୀତ ଡିଜିସିଏ ଏୟାର ଇଣ୍ଡିଆର ନିର୍ଦ୍ଦେଶକ ଅପରେସନ୍ ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କୁ ଯଥାକ୍ରମେ ୬ ଲକ୍ଷ ଓ ୩ ଲକ୍ଷ ଟଙ୍କା ଜରିମାନା କରିଛି।
ଏୟାର ଇଣ୍ଡିଆ ପକ୍ଷରୁ ଜୁଲାଇ ୧୦, ୨୦୨୪ରେ ଦାଖଲ କରାଯାଇଥିବା ଏକ ସ୍ୱେଚ୍ଛାକୃତ ରିପୋର୍ଟ ଜରିଆରେ ଏହି ଘଟଣା ଡିଜିସିଏର ନଜରକୁ ଆସିଥିଲା। ପରେ ଏହି ଘଟଣାର ବିଚାର କରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି।
Comments are closed.