www.samajalive.in
Sunday, December 7, 2025
14.1 C
Bhubaneswar

ବଢିଲା ଇପିଏଫ ସୁଧହାର ; ୮.୧୫ ପ୍ରତିଶତ ସୁଧ ଘୋଷଣା କଲା ଇପିଏଫଓ

ନୂଆଦିଲ୍ଲୀ : ସୁଧହାର ବଢାଇଲା ଇପିଏଫଓ ।୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮.୧୫ ପ୍ରତିଶତକୁ ବଢିଲା ସୁଧହାର। ସେଣ୍ଟ୍ରାଲ ବୋର୍ଡ ଅଫ୍‌‌ ଟ୍ରଷ୍ଟି ସୁଧହାର ବୃଦ୍ଧି ନିଷ୍ପତ୍ତି ନେଇ ଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ) କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ୍‌‌ (ଇପିଏଫ)ର ସୁଧ ହାର ୨୦୨୨-୨୩ ପାଇଁ ବୃଦ୍ଧି କରିଛି। ପୂର୍ବରୁ ଇପିଏଫଓର ସୁଧ ହାର ୮.୦୧ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୮.୧୫ ପ୍ରତିଶତ ହୋଇ ଥିବା ନେଇ ଖବର ମିଳିଛି। ଇପିଏଫଓର ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ୨୦୨୨-୨୩ ପାଇଁ ଇପିଏଫ ଉପରେ ୮.୧୫ ପ୍ରତିଶତ ସୁଧହାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଇପିଏଫଓ ଜମା ଉପରେ ସୁଧହାର ଅନୁମୋଦନ କରିଥାଏ।
ଇପିଏଫଓ ଏହାର ଅଂଶୀଦାରମାନଙ୍କୁ ୨୦୧୬-୧୭ ରେ ୮.୬୫ ପ୍ରତିଶତ ଏବଂ ୨୦୧୭-୧୮ ରେ ୮.୫୫ ପ୍ରତିଶତ ସୁଧ ଦେଇଛି । ୨୦୧୫-୧୬ ରେ ସୁଧ ହାର ୮.୮ ପ୍ରତିଶତ ଥିଲା । ୨୦୧୩-୧୪ ଏବଂ ୨୦୧୪-୧୫ରେ ଇପିଏଫଓ ୮.୭୫ ପ୍ରତିଶତ ସୁଧ ଦେଇଥିଲା, ଯାହା ୨୦୧୨-୧୩ରେ ୮.୫ ପ୍ରତିଶତରୁ ଅଧିକ ଥିଲା । ୨୦୧୧-୧୨ ରେ ସୁଧ ହାର ୮.୨୫ ପ୍ରତିଶତ ଥିଲା ।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories