ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ଶନିବାର ସକାଳେ ସଦର ଥାନା ଅନ୍ତର୍ଗତ ବରପଦା ଶଙ୍ଖିକଟା ଶାଳ ବଣ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍‌ ସହିତ ଏକ ପିକଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଅଛନ୍ତି। ଗୁରୁତର ହୋଇଥିବା ୩ ଜଣ ବସ୍‌ର ହେଲପର୍ ସିବିର ପ୍ରଧାନ, ବିଗ୍ନେ ବେହେରା ଓ ପ୍ରତିମା ନାୟକ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଏସ୍‌କର୍ଟ ନାମକ ଯାତ୍ରୀବାହୀ ବସ୍‌ ଦାରିଙ୍ଗବାଡିରୁ ଫୁଲବାଣୀ ଆସୁଥିଲା । ଆସିବା ବାଟରେ ସଦର ଥାନା ଅନ୍ତର୍ଗତ ବରପଦା ଶଙ୍ଖିକଟା ଶାଳ ବଣ ବୁଲାଣି ନିକଟରେ ଫୁଲବାଣୀରୁ ଫିରିଙ୍ଗିଆ ଆଡକୁ ଯାଉଥିବା ଏକ ପିକଅପ୍‌ ଭ୍ୟାନ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ଥିଲା। ବସ୍‌ର ହେଲପର୍ ସିବିର ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛି ପୁଲିସ। ଅନ୍ୟ ଦୁଇ ଗୁରୁତର ବିଗ୍ନେ ବେହେରା ଓ ପ୍ରତିମା ନାୟକ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆହତ ମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ପଠାଯାଇଛି।

ମାର୍ଗଶୀର ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ଗୋଟିଏ କାମ ହେଲେ ବର୍ଷଯାକ ହେବ ଧନବର୍ଷା..

prayash

୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..

ନୂଆ ପାନ୍‌ କାର୍ଡ ଆବେଦନ ନାଁରେ ଠକେଇ; କରନ୍ତୁ ନାହିଁ ଏହି ଭୁଲ୍‌, ଆକାଉଣ୍ଟ ହୋଇଯିବ ଖାଲି..

kalyan agarbati

Comments are closed.