www.samajalive.in
Tuesday, December 9, 2025
16.1 C
Bhubaneswar

ଆଇନଜୀବୀଙ୍କୁ ପୁଲିସର ମାଡ଼ ମାମଲାରେ ହାଇକୋର୍ଟଙ୍କ ନିର୍ଦେଶ: ୫ଦିନରେ ରିପୋର୍ଟ ଦିଅ

କଟକ: ଆଇନଜୀବୀଙ୍କୁ ପୁଲିସର ଆକ୍ରମଣ ଘଟଣାରେ ତଦନ୍ତ ୫ ଦିନରେ ଶେଷ କରିବାକୁ ହାଇକୋର୍ଟ ପୁଲିସକୁ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ସଂପୃକ୍ତ ମାମଲାର ତଦନ୍ତକାରୀ ଅଧିକାରୀ(ଆଇଓ)ଙ୍କ ଦୈନନ୍ଦିନ ତଦନ୍ତର ଅନୁଧ୍ୟାନ କରିବା ଲାଗି ଅଦାଲତ ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ତତ୍ତ୍ବାବଧାରକ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଝାଭେରୀ ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କ ଖଣ୍ଡପୀଠ ମଙ୍ଗଳବାର ଉକ୍ତ ମାମଲାର ଶୁଣାଣିକରି ହାଇକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ଦାଶ ଦୈନନ୍ଦିନ ତଦନ୍ତର ଅଗ୍ରଗତି
ସଂପର୍କରେ ତଦାରଖ କରିବେ। ତଦନ୍ତର ଅଗ୍ରଗତି ସଂପର୍କରେ ତଦନ୍ତକାରୀ ଅଧିକାରୀ ଜଷ୍ଟିସ ଦାଶଙ୍କ ଠାରେ ତଥ୍ୟ ଉପସ୍ଥାପନା କରିବା ପାଇଁ ନିର୍ଦ୍ଦେଶନାମାରେ କୁହାଯାଇଛି। ଆଜି ମାମଲାର ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ନଥିଲେ। ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ଅନୁପସ୍ଥିତ ଥିଲେ। କୋର୍ଟରେ ଆଡଭୋକେଟ ଜେନେରାଲ ଏକ ମେଡ଼ିକାଲ ସାର୍ଟିଫିକେଟ ପ୍ରଦାନ କରି ସେ ଅସୁସ୍ଥ ଥିବାରୁ ୫ ଦିନ ଛୁଟିରେ ରହିଥିବା ଦର୍ଶାଇଥିଲେ। ତେବେ ୫ଦିନ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଥିବାବେଳେ ଆସନ୍ତା ୯ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ବିଜନ ରାୟ ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଆଇନଜୀବୀଙ୍କୁ ପୁଲିସର ମାଡ଼ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। ତେବେ ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯିବା ସହ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ପାଇଁ ଆବେଦନପତ୍ରରେ ଦର୍ଶାଯାଇଛି। ଏଥିରେ ଗୃହ ବିଭାଗ ସଚିବ, ଡିଜିପି, ପୁଲିସ କମିଶନର, ଡିସିପି, ଟ୍ରାଫିକ ଏସିପି, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ସେହିପରି କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ହାଇକୋର୍ଟ ବାର ଆସୋସିଏସନ ଓ କଟକ ବାର ଆସୋସିଏସନ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଚାଉଳିଆଗଞ୍ଜ ପୁଲିସ ଆକ୍ରମଣ କରି ଆହତ କରିଛି। ତେବେ ଏହି ଘଟଣାରେ ତଦନ୍ତ ପାଇଁ ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବା ପାଇଁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରାଯାଇ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦର୍ଶାଯାଇଛି। ଏଥିସହ ଆହତ ହୋଇଥିବା ତଥା ନିଜସ୍ୱ ଖ୍ୟାତି ହରାଇଥିବା ଆଇନଜୀବୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନପତ୍ରରେ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ଗୃହ ବିଭାଗ ସଚିବ, ଡିଜିପି, ସିବିଆଇ, କମିସନର ଅଫ ପୁଲିସ, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ସେହିପରି ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ପକ୍ଷରୁ ଆଉ ଏକ ମାମଲା ରୁଜୁ ହୋଇଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories