ସାପକୁ ମାରି ପୋଡିବା ମାମଲାରେ ଜଣେ ଗିରଫ

ଲକ୍ଷ୍ମୌ – ଉତ୍ତରପ୍ରଦେଶର ବଦାଉଁରେ ସାପକୁ ମାରି ପୋଡିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ବୁଧବାର ରାତିରେ ବିଶ୍ୱାଲି ନାମକ ଅଞ୍ଚଳରେ ଜୋହାଇବ ନାମକ ଦୋକାନୀ ଗୋଟିଏ ସାପକୁ ମାରି ଏହାର ଭିଡିଓ କରିଥିଲେ ଏହାକୁ ପୋଡିବା ପରେ ଭିଡିଓକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ।

କ୍ରିଷ୍ଣା କୁମାର ଯାଦବ ନାମକ ବନବିଭାଗର କର୍ମଚାରୀ ଏ ନେଇ ଥାନାରେ ମାମଲା ରୁଜୁ କରିଥିଲେ । ବାଉଁଶ ଦୋକାନ କରିଥିବା ବ୍ୟକ୍ତି ଜଣଙ୍କ ସାପକୁ ମାରି ପୋଡି ଦେଇଥିବା ଅଭିଯୋଗ ହୋଇଥିଲା ।

ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ ମାରି ପୋଡି ଦେଇଥିବା ସ୍ୱୀକାର କରିଛନ୍ତି । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ଜୋହାଇବଙ୍କୁ ଗିରଫ କରାଯାଇଥିବ ପୁଲିସ ସୂଚନା ଦିଆଯାଇଛି ।

Comments are closed.