www.samajalive.in
Sunday, December 7, 2025
14.1 C
Bhubaneswar

ମମତା ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଉଛନ୍ତି: ପ୍ରଧାନମନ୍ତ୍ରୀ

କଲକାତା: ଚିଟଫଣ୍ଡ ଦୁର୍ନୀତିରେ ଜଡିତ ଲୋକଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଣ୍ଟ ଘୋଡାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ତେବେ ଦୁର୍ନୀତିଗ୍ରସ୍ତ ଓ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଉଥିବା କୌଣସି ଲୋକଙ୍କୁ ଛଡାଯିବ ନାହିଁ ବୋଲି ସେ ସତର୍କ କରାଇଛନ୍ତି। ଶୁକ୍ରବାର ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲା ଅନ୍ତର୍ଗତ ଚୁରବନ୍ଦର ଓ ମାୟାନଗରୀରେ ଆୟୋଜିତ ଦଳୀୟ ରାଲି ‘ଗଣତନ୍ତ୍ର ବଞ୍ଚାଅ’ରେ ଉଦ୍‌ବୋଧନ ଦେଇ ମୋଦୀ ଏହା କହିଛନ୍ତି। ସେ କହିଛନ୍ତି ଯେ ମମତା ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ଶାସନ ନୀତିକୁ ଆପଣାଇଛନ୍ତି। ରକ୍ତପାତ, ହିଂସା ଓ ଅତ୍ୟାଚାର ଭଳି ନୀତିକୁ ଆପଣାଇ ମମତା ପଶ୍ଚିମବଙ୍ଗର ମାଟିକୁ ଅପବିତ୍ର କରିଛନ୍ତି। କଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ସିବିଆଇ ଜେରାରୁ ବଞ୍ଚାଇବା ପାଇଁ ମମତାଙ୍କ ଅନଶନକୁ ମୋଦୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଦେଶର ଇତିହାସରେ ଏପରି କେବେ ଦେଖାଯାଇ ନାହିଁ ଯେଉଁ ଠାରେ ଜଣେ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟରେ ଅନଶନ ବସିଛି। ଚିଟଫଣ୍ଡ ନାମରେ ଲକ୍ଷଲକ୍ଷ ଗରିବଙ୍କ ଅର୍ଥ ଲୁଟି ନେଇଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ମମତା ଅନଶନ କରିଛନ୍ତି। ତେବେ ଦେଶର ଚୌକିଦାର ଏହି ଲୁଟେରା ଓ ଲୁଟେରାଙ୍କ ରକ୍ଷାକର୍ତ୍ତାଙ୍କୁ ଛାଡିବ ନାହିଁ। ମୋଦୀଙ୍କ ଏହି ଅଭିଯୋଗ ଉପରେ ଜବାବ ଦେଇ ମମତା କହିଛନ୍ତି ଯେ ‘ମୋଦୀ ହେଉଛନ୍ତି ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ। ତାଙ୍କ ସମ୍ପର୍କରେ ଯେତେ କମ୍ କହିବ ସେତେ ଭଲ।’

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories