www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟପ୍ରଦେଶ ଓ ମିଜୋରାମରେ ଭୋଟଗ୍ରହଣ

ଭୋପାଳ: ମଧ୍ୟପ୍ରଦେଶ ଓ ମିଜୋରାମ୍‍ରେ ବିଧାନ ସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି।
ମଧ୍ୟପ୍ରଦେଶର ୨୩୦ ବିଶିଷ୍ଟ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଠାରେ କ୍ରମାଗତ ଗତ ତିନି ପାଳିରେ ବିଜେପି ଶାସନ କ୍ଷମତାରେ ଥିବା ବେଳେ ଚତୁର୍ଥ ଥର ପାଇଁ ସରକାର ଗଢ଼ିବାର ସ୍ୱପ୍ନ ଦେଖୁଛି। ବିଜେପିକୁ ସେଠାରେ କଡ଼ା ଟକ୍ଟର ଦେବାକୁ ଯାଉଛି କଂଗ୍ରେସ। ମୁଖ୍ୟତଃ ଚାଷୀ ସମସ୍ୟାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ବିକାଶକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଛି।
ସେହିପରି ୪୦ ଆସନ ବିଶିଷ୍ଟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମିଜୋରାମ୍‍ରେ ୩୯ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମିଜୋରାମ୍‍ ଦୀର୍ଘ ବର୍ଷ ଧରି କଂଗ୍ରେସ ଶାସନାଧୀନ ରହିଥିବା ବେଳେ ସେଠାରେ ବିଜେପି ପ୍ରଥମ ଥର ପାଇଁ ଖାତା ଖୋଲିବାକୁ ଆଶା ବାନ୍ଧିଛି। ସେଠାରେ ୨୦୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଉଭୟ ମଧ୍ୟପ୍ରଦେଶ ଓ ମିଜୋରାମ୍‍ରେ ଭୋଟ ଗଣତି ଆସନ୍ତା ଡିସେମ୍ବର ୧୧ ତାରିଖରେ ହେବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories