www.samajalive.in
Monday, December 8, 2025
16.1 C
Bhubaneswar

‘ଭୁବନେଶ୍ୱର ସର୍ବଶ୍ରେଷ୍ଠ’: ଏଫଆଇଏଚ୍‍

ବିଶ୍ୱ କ୍ରୀଡ଼ାରେ ଓଡ଼ିଶା ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ। ଚତୁର୍ଦଶ ପୁରୁଷ ହକି ବିଶ୍ୱକପକୁ ସଫଳତାର ଓ ଶ୍ରେଷ୍ଠ ଆୟୋଜନ କରି ସାରା ବିଶ୍ୱରେ ଆଜି ପ୍ରଶଂସାର ପାତ୍ର ହୋଇଛି। ୧୬ ଦେଶ, ୩୬ ମ୍ୟାଚ, ୧୯ ଦିନର ଏହି ହକି ମହାକୁମ୍ଭର ସଫଳତା ଓ ଶ୍ରେଷ୍ଠ ଆୟୋଜନ ପଛରେ ଓଡ଼ିଶା ସରକାରଙ୍କ ଉଦ୍ୟମ ସବୁଠାରୁ ଆଗରେ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ହକି ମହାସଂଘ(ଏଫଆଇଏଚ୍‍)ରୁ ଆରମ୍ଭ କରି ମାଷ୍ଟରବ୍ଲାଷ୍ଟର ତଥା କ୍ରିକେଟ ଭବବାନ ସଚିନ ତେନ୍ଦୁଲକର ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ଏଫଆଇଏଚ୍‍ ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ଓଡ଼ିଶା ସରକାର ,ଭୁବନେଶ୍ୱର ବାସୀ ଓ ହକି ଇଣ୍ଡିଆର ଏଭଳି ଶ୍ରେଷ୍ଠ ଆୟୋଜନକୁ ନେଇ ବେଶ ପ୍ରଶଂସା କରିଛନ୍ତି। ହକି ବିଶ୍ୱକପରେ ଭାଗ ନେଇଥିବା ୧୬ ଦେଶ ଖେଳାଳିଙ୍କ ରହିବା,ଯାତାୟତ, ଖାଦ୍ୟପାନୀୟ ଓ ସୁରକ୍ଷାକୁ ନେଇ ଓଡ଼ିଶା ବେଶ ପ୍ରଶଂସିତ ହୋଇଛି। ପ୍ରଥମ ଥର ପାଇଁ ହକି ବିଶ୍ୱକପରେ ଉଦ୍‍ଘାଟନୀ ଉତ୍ସବ ଆୟୋଜିତ କରି ଓଡ଼ିଶା ବେଶ ଚର୍ଚ୍ଚାରେ ରହିଛି। କିଙ୍ଗଖାନ ଶାହାରୁଖ ଖାନ, ଓସ୍କାର ବିଜେତା ଏ.ଆର ରେହମାନ, ସଲମାନ ଖାନ, ମାଧୁରୀ ଦିକ୍ଷିତଙ୍କ ସମେତ ମ୍ୟାଚରେ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ, ଅନୀଲ କୁମ୍ବଲେ, ଟେନିସ ତାରକା ଲିଆଣ୍ଡର ପେସ, କୁସ୍ତିବି୍‍ତ ସୁଶୀଲ କୁମାରଙ୍କ ସମେତ ବହୁ ଷ୍ଟାର ଯୋଗଦେଇଥିଲେ। ଆକର୍ଷଣ ଥିଲା ଫ୍ୟାନ ଭିଲେଜ : ହକି ବିଶ୍ୱକପରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ଲକ୍ଷ୍ୟରେ ଫ୍ୟାନ ଭିଲେନ ନିର୍ମିତ ହୋଇଥିଲା। କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଦୁଇଟି ଫ୍ୟାନ ଭିଲେଜ ଦେଶ ଓ ବିଦେଶର ଦର୍ଶକ ଓ ଖେଳାଳିମାନଙ୍କୁ ଆକୃଷ୍ଠ କରିଥିଲା। ଖେଳାଳି ଓ ଦର୍ଶକ ଫ୍ୟାନ ଭିଲେଜରେ ବୁଲିବାର ମଜା ନେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories