www.samajalive.in
Sunday, December 7, 2025
14.1 C
Bhubaneswar

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର ପ୍ରାକ୍ତନ ସଂପାଦକ ପଦ୍ମଭୂଷଣ ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ ଉତ୍ସବ ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର ପ୍ରକାଶ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଅତିଥିଭାବେ ଯୋଗଦେଇ କହିଥିଲେ, ପୂଜ୍ୟ ରାଧାନାଥ ଥିଲେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପଟ୍ଟ ଶିଷ୍ୟ, ଗୁରୁ ଶିଷ୍ୟ ପରମ୍ପରାର ସର୍ବଶ୍ରେଷ୍ଠ ନିଦର୍ଶନ। ବାସ୍ତବରେ ବାବୁଜୀ ଥିଲେ ଦୁଃଖୀ ଓ ଅସହାୟ ମଣିଷର ଶେଷ ଆଶା ଓ ଭରସା।

ସ୍ଥାନୀୟ ବିଧାୟକ ତଥା ମହାବିଦ୍ୟାଳୟର ବିନ୍ଧାଣି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ବାବୁଜୀ ଥିଲେ ନିରଳସ ଜନସେବକ। ପ୍ରଚାର ପ୍ରସାରଠାରୁ ଦୂରରେ ରହି ଅଭାବୀ ମଣିଷକୁ ସହଯୋଗର ହାତ ବଢ଼ାଉଥିଲେ। ବାବୁଜୀଙ୍କ ପାଇଁ ସମାଜ ଆଜି ମହାଦ୍ରୁମରେ ପରିଣତ ହୋଇଛି ବୋଲି ଶ୍ରୀ ସ୍ଵାଇଁ କହିଥିଲେ।

- Advertisement -

ମହାବିଦ୍ୟାଳୟର ଅଧକ୍ଷ ଡ଼ ଶଶି ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ସମାଜର ସଂପାଦକ ତପନ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ କହିଥିଲେ, ବାବୁଜୀଙ୍କ ନାମରେ ନାମିତ ଏକମାତ୍ର ଏହି ଅନୁଷ୍ଠାନର ବିଦ୍ୟାର୍ଥୀମାନେ ଭଲ ଓ ବଡ ମଣିଷ ହେଲେ ତାହା ହେବ ବାବୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଗାଁ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତୁଳସୀ ରାମ ଜଗତ ଅନ୍ୟତମ ଅତିଥିଭାବେ ଯୋଗଦେଇ କହିଥିଲେ, ବାବୁଜୀ ଥିଲେ ଆଧୁନିକ ଓଡ଼ିଶାର ବିନ୍ଧାଣୀ, ବର୍ଷୀୟାନ ସାମ୍ବାଦିକ। ଉତ୍ସବରେ ସମାଜର ଯୁଗ୍ମ ମହାପ୍ରବନ୍ଧକ ଗୋପୀନାଥ ବାରିକ, ସମାଜସେବୀ ଗୌରହରି ମହାନ୍ତି, ପୂର୍ବତନ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବିପିନ ବିହାରୀ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ବାବୁଜୀଙ୍କ ନୀତି ଆଦର୍ଶ ଆଜିର ଯୁବପିଢ଼ିଙ୍କୁ ବଡ ମଣିଷ କରିବା ପାଇଁ ପ୍ରାସଙ୍ଗିକ ବୋଲି କହିଥିଲେ।

ଏହି ଅବସରରେ ଆୟୋଜିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ବିଧାୟକ  ସ୍ଵାଇଁ ଓ ରାଷ୍ଟ୍ରୀୟ ସମ୍ପାଦକ ଜେନା ଉଦଘାଟନ କରିଥିଲେ। ରକ୍ତଦାନ ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏକ ଦନ୍ତ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଅଧ୍ୟାପକ ଡ଼ ମନୋରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories