ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପରେ ପୁରା ସହରରେ ଅଶାନ୍ତ ପରିବେଶ ଦେଖିବାକୁ ମିଲିଛି। ସୋମବାର ହଜାର ହଜାର ଲୋକ ଆନ୍ଦୋଳନ କରିବା ପରେ ପୁଣି ଥରେ ପୁରୁଣା ଡାକ୍ତରଖାନାରେରୋଗୀ ସେବା ଆରମ୍ଭ କରାଯାଇଛି। ସେହିପରି ଆଜି ବରଗଡ଼ ଏକତା ମଞ୍ଚର ଆହ୍ୱାନ କ୍ରମେ ବରଗଡ଼ ବନ୍ଦ ହୋଇଥିବା ବେଳେ ବହୁ ମହିଳା ଓ ପୁରୁଷ ପୁରୁଣା ଡାକ୍ତରଖାନା ସମ୍ମୁଖରେ ବସି ପୂର୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବିରେ ଧାରଣା ଦେଇଛନ୍ତି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସହରରେ ସବୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।



