www.samajalive.in
Tuesday, December 9, 2025
16.1 C
Bhubaneswar

ପୁରୁଷ ବିଶ୍ବକପ୍‌ ହକି – ଏ ପାଖ ସେ ପାଖ

ମ୍ୟାଚ ଦେଖିଲେ ୨ ଲକ୍ଷ ୫୦ ହଜାର ଦର୍ଶକ


କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଚତୁର୍ଦଶ ପୁରୁଷ ହକି ବିଶ୍ୱକପରେ ମୋଟ ୧୮ ଦିନରେ ୩୬ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ମୋଟ ୨ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକ ଷ୍ଟାଡ଼ିୟମରେ ମ୍ୟାଚ ଦେଖି ବିଶ୍ୱକପ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଭାରତ ମ୍ୟାଚ ବ୍ୟତୀତ ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ଦର୍ଶକ ଭରପୂର ରହିଥିଲା। ଏଭଳି ଉତ୍ସାହ ପୂର୍ବରୁ କୌଣସି ବିଶ୍ୱକପରେ ଦେଖିବାକୁ ମିଳିନଥିଲା।

ସଚିନ,ସଚିନ…..ରେ କମ୍ପିଲା କଳିଙ୍ଗ

- Advertisement -


କ୍ରିକେଟର ଭଗବାନ, ମାଷ୍ଟର ବ୍ଲାଷ୍ଟର, ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ପାଇଁ ରବିବାର କଳିଙ୍ଗ ଷ୍ଟାଡ଼ିୟମରେ ଦର୍ଶକଙ୍କ ସବୁ ଉତ୍ସାହ ସୀମା ଟପି ଯାଇଥିଲା। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମ୍ୟାଚର ଅନ୍ତ୍‍ିମ କ୍ୱାର୍ଟର ସମୟରେ ସଚିନ କଳିଙ୍ଗ ଷ୍ଟାଡ଼ିୟମରେ ପହଚିଂଥିଲେ। ସଚିନ ଷ୍ଟାଡ଼ିୟମରେ ପହଂଚିପା ପରେ ଦର୍ଶକଙ୍କ ଉତ୍ସାହ ସୀମା ଟପିଯାଇଥିଲା। ଗ୍ୟାଲେରୀରେ ଉପସ୍ଥିତ ହଜାହାଜର ଦର୍ଶକ ଛିଡ଼ାହୋଇ ସଚିନ… ସଚିନ…. ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା। ସଚିନ ଭିଭିଆଇଙ୍କ ପାଇଁ ଉଦ୍ଧିଷ୍ଟ ଗ୍ୟାଲେରୀରେ ବସିଥିବା ବେଳେ ତଳେ ଫଟୋ ନେବା ଲାଗି ଦର୍ଶକଙ୍କ ପ୍ରବଳ ଗହଳି ଲାଗି ରହିଥିଲା। କ୍ରିକେଟ ଦୁନିଆର ଭଗବାନଙ୍କକୁ ହାତ ପାହାନ୍ତାରେ ଦେଖି ଦର୍ଶକ ପୂରା ବିଭୋର ହୋଇ ଯାଇଥିଲା। ଏପରିକି ସଚିନ ତେନ୍ଦୁଲକରଙ୍କୁ ଦେଖିବା ପରେ ଦର୍ଶକ ଫାଇନାଲ ମ୍ୟାଚ ଉପରୁ ନଜର ହଟାଇ ଖାଲି ସଚିନ… ସଚିନ…. ଧ୍ୱନୀ ଦେଇଥିଲେ।

Hot this week

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

Related Articles

Popular Categories