ପୁଣି ଡରାଇଲାଣି କରୋନା; ବୃଦ୍ଧି ପାଉଛି ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ଲଗାତାର ବୃଦ୍ଧି ହେଉଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଦେଶରେ ଆଉ ୨,୧୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୫ ମାସ ମଧ୍ୟରେ ୨୪ ଘଣ୍ଟାରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ରେକର୍ଡ ହୋଇଛି। ସେହିଭଳି ୧,୨୨୨ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। କରୋନାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧,୯୦୩ ହୋଇ ଯାଇଛି।

 

Comments are closed.