www.samajalive.in
Tuesday, December 9, 2025
15.1 C
Bhubaneswar

ପାଞ୍ଚଶହ ଟଙ୍କାରେ କୋବିଦ-୧୯ ଯାଞ୍ଚ

ନୂଆଦିଲ୍ଲୀ (ଏଜେନ୍ସି): କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଏହାର ପରୀକ୍ଷା ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ବର୍ତ୍ତମାନ ସ୍ଥିତିରେ ଏହା ସମୟସାପେକ୍ଷା ଓ ବ୍ୟୟବହୁଳ ମଧ୍ୟ । ମାତ୍ର ଭାରତୀୟ ବୈଜ୍ଞାନିକମାନେ ଏହାର ପରୀକ୍ଷା ନିମନ୍ତେ ସରଳ ଓ ସୂକ୍ଷ୍ମ ଉପାୟ ଖୋଜି ବାହାର କରିଥିବା ସୂଚନା ମିଳିଛି । ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସ୍ଆଇଆର୍)ର ବୈଜ୍ଞାନିକମାନେ କୋବିଦ-୧୯ ଯାଞ୍ଚ ନିମନ୍ତେ ଏକ ନୂଆ ପରୀକ୍ଷା ସାମଗ୍ରୀର ଉଦ୍ଭାବନ କରିଥିବା ଦାବି କରିଛନ୍ତି । ଏହି ସାମଗ୍ରୀ ମାଧ୍ୟମରେ ମାତ୍ର ୧ ଘଣ୍ଟାରେ କରୋନା ଯାଞ୍ଚ ରିପୋର୍ଟ ମିଳି ପାରିବ ଏବଂ ଏଥିପାଇଁ ଅତିବେଶୀରେ ୫ଶହ ଟଙ୍କା ଖର୍ଚ୍ଚ ହେବ ।

ସିଏସ୍ଆଇଆର୍ ସମ୍ବନ୍ଧିତ ଜିନୋମିକି ଓ ସମବେତ ଜୀବ ବିଜ୍ଞାନ ସଂସ୍ଥାନ (ଆଇଜିଆଇବି)ର ବୈଜ୍ଞାନିକଙ୍କ ଦ୍ବାରା ବିକଶିତ ଏହି ପରୀକ୍ଷା ସାମଗ୍ରୀ ଏକ କାଗଜ ଷ୍ଟ୍ରିପ୍ । ଡ଼ା ଦେବଜ୍ୟୋତି ଚକ୍ରବର୍ତ୍ତୀ ଓ ଡ଼ା. ସୌଭିକ ମାଇତିଙ୍କ ନେତୃତ୍ବରେ ଏହାକୁ ବିକଶିତ କରାଯାଇଛି । ଡ଼ା. ଚକ୍ରବର୍ତ୍ତୀଙ୍କ ସୂଚନା ଅନୁସାରେ ସଂକ୍ରମଣରେ ଶିକାର ସନ୍ଦିଗ୍‌ଧ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁର ଜିନୋମିକ୍ ଅନୁକ୍ରମ ଚିହ୍ନଟନିମନ୍ତେ ଏହି କାଗଜ ଷ୍ଟ୍ରିପ୍ରେ ଅତ୍ୟାଧୁନିକ  ବୈଷୟିକ କ୍ରିସ୍ପର କେସ-୯ର ଉପଯୋଗ କରାଯାଇଛି । ଏହି ପରୀକ୍ଷଣ ସାମଗ୍ରୀକୁ ପରୀକ୍ଷା କରାଯାଉଛି ଏହାର ଶେଷ ହେବା ପରେ ଏହାକୁ ଉପଯୋଗ ନିମନ୍ତେ ବ୍ୟବାହାର କରାଯାଇ ପାରିବ । ଯାହା ଫଳରେ ଭୂତାଣୁ ପରୀକ୍ଷା ନିନ୍ତେ ବର୍ତ୍ତମାନ ବ୍ୟବାହାର ହେଉଥିବା ମହଙ୍ଗା ରିୟଲ ଟାଇମ୍ ପିସିଆର ମେସିନ୍ ନିକଟକୁ ଯିବାର ଆବଶ୍ରକ ପଡ଼ିବ ନାହିଁ ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories