www.samajalive.in
Tuesday, December 9, 2025
15.1 C
Bhubaneswar

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ

ନୂଆଦିଲ୍ଳୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇକୁ ଭାରତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲାର ଜଣେ ଯୁବକକୁ ପୁଲିସ ଗିରଫ କରିଛି। ମହମ୍ମଦ ଜାହିଦ ନାମକ ଏହି ଯୁବକ ଜଣକ କିଛି ଦିନ ତଳେ ଦୁଇ ଦୁଇ ଥର ପାକିସ୍ତାନ ଯାଇଥିଲା। ସେଠାରେ ଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ସେ ସେଠାକୁ ଯାଇଥିବା କହିଥିଲା। କିନ୍ତୁ ପାକିସ୍ତାନରୁ ଫେରିବା ପରେ ତାର ଚାଲିଚଳନ ଓ କଥାବାର୍ତ୍ତାରେ କେତେକ ପରିବର୍ତ୍ତନ ହୋଇଥିବା ତାର ପଡ଼ୋଶୀ ଓ ଆଖପାଖ ଅଞ୍ଚଳର ଲୋକ କହିଛନ୍ତି। ସେ କେତେକ ଅଜଣା ବ୍ୟକ୍ତିଙ୍କ ସହିତ ମିଶୁଥିବା ଓ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‍, ମାନଚିତ୍ର ଆଦି ସଂଗ୍ରହ କରୁଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ପୁଲିସ ତାକୁ ଗିରଫ କରିଛି। ଗିରଫ ପରେ ପୁଲିସ ତା ନିକଟରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‍ ଓ ମାନଚିତ୍ର ଜବତ କରିଛି। ଏଥିସହିତ ତା ନିକଟରୁ ଏକ ମୋବାଇଲ୍‍ ଫୋନ୍‍, ଭୋଟର ପରିଚୟ ପତ୍ର, ଆଧାର କାର୍ଡ ଓ ୨୫୪୦ ଟଙ୍କା ମଧ୍ୟ ଜବତ କରାଯାଇଛି। ସେ କେଉଁଠାରେ ଓ କାହା ପାଇଁ କାମ କରୁଛି ସେ ସମ୍ପର୍କରେ ଜଣାପଡ଼ିନାହିଁ। ତଦନ୍ତ ଚାଲୁଥିବାରୁ ପୁଲିସ ଅଧିକ ସୂଚନା ଦେବାକୁ ମନା କରି ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories