www.samajalive.in
Tuesday, December 9, 2025
26.1 C
Bhubaneswar

ନରେନ୍ଦ୍ର ମୋଦିଙ୍କ ଶାସନ ଭାରତ ପାଇଁ ଠିକ୍‍ ନୁହେଁ: ମନମୋହନ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମନମୋହନ ସିଂହ। ମୋଦୀଙ୍କ ଶାସନ ନୀତି ଭାରତ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ସେ କହିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ପୁସ୍ତକ ‘ଦ ପାରାଡକ୍ସିକାଲ୍‍ ପ୍ରାଇମ ମିନିଷ୍ଟର: ନରେନ୍ଦ୍ର ମୋଦୀ ଆଣ୍ଡ ହିଜ୍‍ ଇଣ୍ଡିଆ’ ଉନ୍ମୋଚନ ଅବସରରେ ଡ. ସିଂହ କହିଛନ୍ତି ଯେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ ତାହା ପୂରଣ କରିନାହାନ୍ତି। ଗୋ ହିଂସା, ଭିଡ଼ ହିଂସା ଓ ସାମ୍ପ୍ରଦାୟିକତା ଭଳି ପ୍ରସଙ୍ଗରେ ନୀରବ ରହୁଛନ୍ତି। ସିବିଆଇରେ ଚାଲିଥିବା ସଙ୍କଟ ପରିପ୍ରେକ୍ଷୀରେ ଡ. ସିଂହ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଓ ସରକାରୀ ଅନୁଷ୍ଠାନର ବାତାବରଣ ନଷ୍ଟ ହୋଇଯାଇଛି। ବିମୁଦ୍ରାକରଣ ଓ ଜିଏସଟ୍‍ି ଯୋଗଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ପେଟ୍ରୋଲ ଓ ଡିଜେଲ୍‍ ଦର ଆକାଶଛୁଅାଁ ହୋଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଘଟିଥିବା ବେଳେ ତାହାର ଫାଇଦା ଜନସାଧାରଣଙ୍କୁ ନ ଦେଇ ମୋଦୀ ସରକାର ମୁନାଫା ଲୋଭରେ ଅଧିକ ଶୁଳ୍କ ଲାଗୁ କରୁଛନ୍ତି। ଦେଶରେ ବେକାରୀ ଓ ସୀମାରେ ଆତଙ୍କବାଦ ବଢ଼ିଛି। କୃଷକମାନେ ଆତ୍ମହତ୍ୟା କରୁଛନ୍ତି। ବୋଟି ପଢ଼ାଓ ବେଟି ବଚାଓ, ସ୍କି୍‍ଲ୍‍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ମେକ୍‍ ଇନ୍‍ ଇଣ୍ଡିଆ ପରି ସ୍ଲୋଗାନ୍‍ କେବଳ ସ୍ଲୋଗାନ୍‍ରେ ର୍ହିଁ ରହିଯାଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories