www.samajalive.in
Tuesday, December 9, 2025
16.1 C
Bhubaneswar

ଖୁସିରେ ବିଭୋର ବେଲଜିୟମ

ଏଫଆଇଏଚ୍‍ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଅଲିମ୍ପିକ୍‍ ରନର୍ସଅପ ବେଲଜିୟମ ପ୍ରଥମ ଥର ପାଇଁ ହକି ବିଶ୍ୱକପ ଟାଇଟଲ ହାସଲ କରିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ନେଦରଲାଣ୍ଡସ୍‍କୁ ପରାସ୍ତ କରି ଐତିହାସିକ ସଫଳତା ହାସଲ କରିଛି। ଏହି ସଫଳତା ପରେ ବେଲଜିୟମ ଖୁସିରେ ବିଭୋର ହୋଇଯାଇଥିଲା। ଗୀତ ଆଉ ନାଚରେ ଜମି୍‍ଥିଲେ ଖେଳାଳି। ଥୋମାସ ବ୍ରିଏଲ୍ସଙ୍କ ନେତୃତ୍ୱ ଓ ସେନ୍‍ ମ୍ୟାକଲଏଡ୍‍ଙ୍କ ପ୍ରଶିକ୍ଷଣପ୍ରାପ୍ତ ବେଲଜିୟମ ଡାକହର୍ସର ମାନ୍ୟତା ପାଇଥିଲା। ଦଳ ପୁଲ -ସି ରେ ସ୍ଥାନ ପାଇଥିବା ବେଲଜିୟମ ଭାରତ ସହିତ ୨-୨ ଗୋଲ ବରାବର ରଖିଥିବାବେଳେ କାନାଡ଼ାକୁ ୨-୧ ଗୋଲ, ଦକ୍ଷିଣଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି କ୍ରସ ଓଭରକୁ ଉନ୍ନୀତ ହୋଇଥିଲା। କ୍ରସ ଓଭରରେ ଦଳ ପାକିସ୍ତାନକୁ ୫-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା। କ୍ୱାଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ସେମିଫାଇନାଲ ଖେଳିଥିଲା। ଆଲେକଜାଣ୍ଡାର ହେଣ୍ଡ୍ରକସ୍‍ ୭ଟି ଗୋଲ ଦେଇଥିଲେ। ଦଳ ପୂର୍ବରୁ ୧୯୭୩ରେ ୮ମ, ୧୯୭୮ରେ ୧୪ତମ, ୧୯୯୪ରେ ୧୧ତମ ଓ ୨୦୦୨ରେ ୧୪ତମ ସ୍ଥାନ ହାସଲ କରିଥିଲା।
ବେଲଜିୟମ ଯାତ୍ରା : ପୁଲ-ସି : ବେଲଜିୟମ -୨ କାନାଡ଼ା -୧
ବେଲଜିୟମ -୨ଭାରତ -୨
ବେଲଜିୟମ -୫ ଦକ୍ଷିଣଆଫ୍ରିକା-୧
କ୍ରସ ଓଭର : ବେଲଜିୟମ -୫ ପାକିସ୍ତାନ-୦
କ୍ୱାର୍ଟର ଫାଇନାଲ : ବେଲଜିୟମ ୨- ଜର୍ମାନୀ-୧
ସେମିଫାଇନାଲ : ବେଲଜିୟମ -୬, ଇଂଲଣ୍ଡ-୦
ଫାଇନାଲ ପେନାଲ୍ଟି ସୁଟ୍‍ଆଉଟ୍‍ : ବେଲଜିୟମ -୩, ନେଦରଲାଣ୍ଡସ-୨

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories