www.samajalive.in
Sunday, December 7, 2025
18.1 C
Bhubaneswar

କାର ଚୋରି କରି ଚେନ୍‍ ଲୁଟିଲେ ଏହି ଆଇଟି ଇଞ୍ଜିନିୟର, କାହିଁକି ଜାଣନ୍ତୁ

ନଭି ମୁମ୍ବଇ: ଏକଦା ଏକ ନାମୀଦାମୀ ଆଇଟି ସଂସ୍ଥାରେ ଉପସଭାପତି ପଦ ଭାର ସମ୍ଭାଳିଥିବା ସୁମିତ ସେନଗୁପ୍ତା ନାମକ ସଫ୍ଟୱେର ଇଞ୍ଜିନିୟର ଜଣେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ୍‍ କରି ଗିରଫ ହୋଇଛନ୍ତି। କେବଳ ସେତିକି ନୁହେଁ ସେ ଚେନ୍‍ ଲୁଟ୍‍ ପାଇଁ ବ୍ୟବହାର କରିଥିବାର କାର ମଧ୍ୟ ଚୋରି କରିଥିବା ପୁଲିସ କହିଛି। ଏହି ଚୋରି ପଛରେ ଯେଉଁ କାରଣ ବିଷୟରେ ପୁଲିସ ସୂଚନା ଦେଇଛି ତାହା ଚିନ୍ତାଜନକ।
ଭାସୀ ନିବାସୀ ୩୫ ବର୍ଷ ବୟସ୍କ ସୁମିତ ନିଜ ଦକ୍ଷତା ଓ ବୁଦ୍ଧିମତା ଯୋଗୁଁ ଏକ ଆଇଟି କମ୍ପାନୀରେ ଖୁବ୍‍ କମ୍‍ ବୟସରେ ଉପସଭାପତି ପଦ ମଣ୍ଡନ କରିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ସଂସାର ଓ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା। ପ୍ରାୟ ୫ ବର୍ଷ ତଳେ ସୁମିତଙ୍କ ପତ୍ନୀ ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେବା ପରେ ସୁମିତ ଚାକିରି ହରାଇଲେ। ପ୍ରାୟ ୫ ବର୍ଷ ଧରି ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଚାକିରି ମିଳିନଥିଲା। ମାନସିକ ଚାପରୁ ବର୍ତ୍ତିବା ଲାଗି ସେ ଡ୍ରଗ୍ସର ସାହାରା ନେବା ଆରମ୍ଭ କରିଦେଇଥିଲେ। ଯାହା କିଛି ସଞ୍ଚୟ କରିଥିଲେ ତାହା କ୍ରମଶଃ ସରି ଆସିଲା। ତେଣୁ ଜୀବନଶୈଳୀକୁ ବଜାୟ ରଖିବା ପାଇଁ ସେ ଚୋରିର ସାହାରା ନେଲେ। ସୁମିତ ତାଙ୍କ ବନ୍ଧୁ ନିତିନ ଅଗ୍ରୱାଲଙ୍କ ସହିତ ମିଶି ମହିଳାଙ୍କ ଠାରୁ ଡିସେମ୍ବର ୧୨ ତାରିଖରେ ଚେନ୍‍ ଲୁଟ କରିଥିଲେ। ଏହାପୂର୍ବରୁ ଭାର୍ସିରେ ଡିସେମ୍ବର ୯ ତାରିଖରେ ଡ୍ରାଇଭରର ମୁଣ୍ଡରେ ବନ୍ଧୁକ ଲଗାଇ ସୁମିତ ଓ ନିତିନ ଏକ କାର ଚୋରି କରିଥିଲେ। କିନ୍ତୁ ସେମାନେ ବନ୍ଧୁକ ଭାବରେ ଯାହା ବ୍ୟବହାର କରିଥିଲେ ତାହା କେବଳ ଏକ ଧାତବ ସାମଗ୍ରୀ ଥିଲା ବୋଲି ପୁଲିସ କହିଛି। ଏହାପୂର୍ବରୁ ୨୦୧୭ରେ ମଧ୍ୟ ତାଙ୍କ ନାମରେ ଏକ ଚୋରି ମାମଲା ରୁଜୁ ହୋଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories