ରୋଜଗାରକ୍ଷମ ହେବାକୁ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଦେଲେ ବିଧାୟକ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତର କରବର ଗ୍ରାମର ହାଡିବନ୍ଧୁ ବେହେରା ଦୀର୍ଘ ୫ବର୍ଷ ହେବ ଶାରିରୀକ ଅକ୍ଷମ ହୋଇ ଘରେ ବସିଥିଲେ। କୌଣସି କାର୍ଯ୍ୟରେ ବାହାରକୁ ଯିବାଆସିବା ତାଙ୍କ ପାଇଁ ଅସମ୍ଭବ ଥିଲା। ଫଳରେ ରୋଜଗାର ହରାଇବା ସହିତ ସେ ପରିବାର ପାଇଁ ବୋଝ ହୋଇପଡ଼ିଥିଲେ। ଏହି ଖବର ପାଇ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଗୋଟିଏ ହ୍ୱିଲ୍ ଚେୟାର ହାଡ଼ିବନ୍ଧୁ ବେହେରାଙ୍କୁ ଦେବାର ବ୍ୟବସ୍ଥା କରିଛନ୍ତି। ବାଙ୍କୀ ବିଜ୍ଞାପିତ ଅଞ୍ଚଳ ଛାତ୍ର ସଭାପତି ମାନସ କର, ସୋସିଆଲ୍ ମିଡିଆ ସଂଯୋଜକ ସୁରେନ୍ ରଣା ଓ ଗଣେଶ ବେହେରା ଏବଂ ଶିମିଳିପୁର ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ଇନ୍ଦ୍ରମଣି ନାୟକ ପ୍ରମୁଖ ହାଡିବନ୍ଧୁଙ୍କ ଘରେ ପହଞ୍ଚି ତାଙ୍କୁ ଏକ ହ୍ୱିଲ୍ ଚେୟାର ପ୍ରଦାନ କରିଛନ୍ତି। ଏହାଦ୍ବାରା ହାଡ଼ିବନ୍ଧୁ ବେହେରା ରୋଜଗାରକ୍ଷମ ହୋଇପାରିବେ ବୋଲି ଆଶ କରାଯାଉଛି।

Comments are closed.