
ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସମ୍ପର୍କୀୟା ଯାଇଥିଲେ କଲିକତା
ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ବର: ଶେଷରେ ସୂର୍ଯ୍ୟନଗର କରୋନା ସଂକ୍ରମିତଙ୍କ ବିସ୍ତୃତ ତଥ୍ୟ ହାସଲ କରିଛି ରାଜ୍ୟ ସ୍ବାସ୍ଥ୍ୟ ପ୍ରଶାସନ । ସୂର୍ଯ୍ୟନଗର ସଂକ୍ରମିତଙ୍କ ସହ ତାଙ୍କ ପତ୍ନୀ, ଝିଅ, ଡ଼୍ରାଇଭର ଓ ୫ ଭଡ଼ାଟିଆଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ପ୍ରଶାସନ ଆରମ୍ଭ କରିଥିଲା ଖୋଳତାଡ଼ । ଏଥିରୁ ତାଙ୍କର ଜଣେ ସମ୍ପର୍କୀୟା କିଛିଦିନ ତଳେ କଲିକତା ଯାଇଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି । କଲିକତାରେ ସେ ୪ ଦିନ ମଧ୍ୟ ରହିଥିଲେ। ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
Comments are closed.