ମୁମ୍ବାଇ ବିମାନବନ୍ଦରରେ ୮୪ ଲକ୍ଷ ୫୯ ହଜାର ଟଙ୍କାର ସୁନା ଜବତ

ମୁମ୍ବଇ . – ମୁମ୍ବଇ ବିମାନ ବନ୍ଦରରେ ୮୪ ଲକ୍ଷ ୫୯ ହଜାର ,୮୬୨ ଟଙ୍କାର ସୁନା ଜବତ କରାଯାଇଛି । ଦୁବାଇରୁ ଭାରତ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରାଯାଇଛି । ବିମାନ ବନ୍ଦରରେ ଥିବା ଏୟାର ଇଣ୍ଟିଲିଜେନ୍ସି ୟୁନିଟ ଏହି ଯାତ୍ରୀଙ୍କୁ ଗିରଫ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
