www.samajalive.in
Wednesday, December 10, 2025
23.1 C
Bhubaneswar

ମାଓମୁକ୍ତ ଅଭିଯାନ : ଗୋଟିଏ ଦିନରେ ୨ ଏନକାଉଣ୍ଟର

ମାଲକାନଗିରି : କିଛିଦିନ ପୂର୍ବରୁ ଖୁବଶୀଘ୍ର ଦେଶ ମାଓବାଦୀ ମୁକ୍ତ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସକାଳେ ମାଲକାନଗିରି ସୀମାନ୍ତରେ ମାଓବାଦ ବିରୋଧରେ ଦୁଇଟି ବଡ ଏନକାଉଣ୍ଟର ହୋଇଛି । ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଏରାବୋର ଜଂଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଅନ୍ୟପଟେ ମାଲକାନଗିରି ଆନ୍ଧ୍ରପ୍ରଦେଶ ସୀମାନ୍ତ ଆଲୁରି ସୀତାରାମରାଜୁ ଜିଲ୍ଲାର ମେରଡମାଲ୍ଲି ଜଙ୍ଗଲରେ ମଧ୍ୟ ବଡ ଧରଣର ଏନକାଣ୍ଟର ହୋଇଛି ସୁରକ୍ଷା କର୍ମୀଙ୍କ ଗୁଳିରେ ଛଅ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଆନ୍ଧ୍ର ପ୍ରଦେଶର ମେରଡମାଲ୍ଲି ଏନକାଉଣ୍ଟର ରେ ଛତିଶଗଡର ମାଓନେତା ହିଡମା ଓ ତାଙ୍କ ପତ୍ନୀ ରାଜେ ନିହତ ହୋଇଥିବା ସୁଚନା ମିଳିଛି । ଦୁହେଁ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ । ହିଡମାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଆଉ ଦୁଇ ମାଓନେତା ଚେଲ୍ଲୁରି ନାରାୟଣ ଓରଫ ସୁରେଶ ଓ ଶଙ୍କର ଆନ୍ନା ମଧ୍ୟ ଏହି ଏନକାଉଣ୍ଟର ରେ ପ୍ରାଣ ହରାଇଥିବା ଜଣାପଡିଛି । ଘଟଣା ସଂପର୍କରେ ଜୋରଦାର ଛାନଭିନ କରୁଛି ଉଭୟ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ପୁଲିସ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories