ବାଇକ୍ ଦୁର୍ଘଟଣାରେ ଯୁବକ ମୃତ, ଜଣେ ଗୁରୁତର

ଫୁଲବାଣୀ :କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଢ଼ିଙ୍ଗିଆ ପଞ୍ଚାୟତ ବେଡ଼ା କେତା ଜଙ୍ଗଲ ନିକଟ ବୁଲାଣୀ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ ବିଳମ୍ବିତ ରାତିରେ କୌଣସି ଏକ କାମରେ ନିଜ ସମ୍ପର୍କୀୟ ଙ୍କ ଘରକୁ ଯାଇ ଫେରୁଥିବା ସମୟରେ ବେଡ଼ା କେ ତା ଗାଁ ନିକଟ ଜଙ୍ଗଲ ରାସ୍ତା ବୁଲାଣି ରାସ୍ତାରେ ଭାର ସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ତେବେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଥିବାରୁ ସେମାନଙ୍କୁ କେହି ଦେଖି ନ ଥିବା ବେଳେ ରାତି ଠାରୁ ସକାଳ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଦୁଇଜଣ ପଡିରହିଥିବା ବେଳେ ସକାଳେ ଗାଁର କିଛି ଲୋକେ ଦୁର୍ଘଟଣା ଘଟିଥିବା ଦେଖି ଫିରିଙ୍ଗିଆ ଥାନ କୁ ଜଣାଇଥିଲେ। ଅନ୍ୟ ପଟେ ସକାଳେ ଜଣେ ଯୁବକ ମୃତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ପଡ଼ି ରହିଥିଲେ।

ଏହାପରେ ଫିରିଙ୍ଗିଆ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପଡ଼ିଥିବା ଯୁବକକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ବେଳେ ଘଟଣା ସ୍ଥଳରୁ ମୃତ ଯୁବକକୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ଦେଇଛି ।
ଗୁରୁତର ଆହତ ଯୁବକ ଜଣକ ରତଙ୍ଗପଞ୍ଚାୟତ ସେଷ୍କାଯୋଡ଼ି ଗାଁର ଗୋକୁଳ କହଁର ବୟସ ୨୪ ବୋଲି ଜଣା ପଡ଼ିଥିବା ବେଳେ ମୃତ ଯୁବକ ଜଣକ ନୂଆ ପଦର ପଞ୍ଚାୟତ ଜାର୍ଗିପଡ଼ା ଗାଁର ବିଶ୍ବରଂଜନ ମଲିକ ବୋଲି ଜଣା ପଡିଛି। ଅନ୍ୟ ପଟେ ଫିରିଙ୍ଗିଆ ପୁଲିସ ଫିରିଙ୍ଗିଆ ଥାନା ରେ ୫୦/୨୩ ରେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରଖିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Comments are closed.