QNETIC – Mobile

ଦକ୍ଷିଣ ସୁଦାନରେ ପୁନଃ ଦୁର୍ଭିକ୍ଷ ଆଶଙ୍କା

0

ଜୁବା : ଗୃହଯୁଦ୍ଧର ସମ୍ମୁଖୀନ ହେଉଥିବା ଦକ୍ଷିଣ ସୁଦାନରେ ପୁନଃ ଦୁର୍ଭିକ୍ଷ ଦେଖା ଦେବାର ଆଶଙ୍କା ରହିଛି। ପୂର୍ବ ଆଫ୍ରିକାର ଏହି ରାଷ୍ଟ୍ରର ଅର୍ଦ୍ଧାଧିକ ଲୋକ ଉତ୍କଟ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି ବୋଲି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ କୁହାଯାଇଛି। ବିଗତ ଏକ ବର୍ଷ ହେବ ଦେଶରେ ଦୁର୍ଭିକ୍ଷ ଘୋଷଣା ହେବା ପରଠାରୁ କୌଣସି ସହଯୋଗ ନ ପାଇ ଦେଶର ୬ ନିୟୁତ ଲୋକ ଦୁର୍ଦିନରେ ଦିନ କାଟୁଛନ୍ତି। ତେବେ ଚଳିତବର୍ଷ ୧୧ଟି କାଉଣ୍ଟିର ୧,୫୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହେବେ ବୋଲି ଜାତିସଂଘ ଏହାର ରିପୋର୍ଟରେ ଦର୍ଶାଇଛି। ୨୦୧୩ରେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଠାକାର ପ୍ରତି ଦଶ ଜଣ ନାଗରିକଙ୍କ ମଧ୍ୟରୁ ଜଣେ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଦେଶରେ ଫସଲ ଅମଳ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଥିବା ଜାତିସଂଘ ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

Leave A Reply