QNETIC – Mobile

କଟକ ଗୋପାଳପୁରରେ ଗୁଳିକାଣ୍ଡ, ୩ ଆହତ

0

କଟକ: ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ କଟକ ଉପକଣ୍ଠ ଗୋପାଳପୁରରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ଦୁର୍ବୃତ୍ତ ଅନ୍ୟମାନଙ୍କୁ ଗୋଡାଇ ଗୋଡାଇ ଗୁଳି କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୁରୁତର ଆହତ ୩ଜଣଙ୍କୁ କଟକ ଏସ୍‌ସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅଣ୍ଟା, ପେଟ ଓ ଗୋଡରେ ଗୁଳି ବାଜିଛି। ଆହତମାନେ ହେଲେ ପ୍ରତାପନଗରୀ ଅଞ୍ଚଳର ସୁଶାନ୍ତ ରାଉତ, କାଳିନ୍ଦୀ ରାଉତ ଓ ସମୀର ରାଉତ। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

Leave A Reply