www.samajalive.in
Wednesday, December 10, 2025
14.1 C
Bhubaneswar

ଅପରାଜିତା ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ବର, : ସଂସଦରେ ଆଗତ ସମ୍ବିଧାନ ଅଧିନିୟମ (ସଂଶୋଧନ)-୨୦୨୫, ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ଅଧିନିୟମ-୨୦୨୫, ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶାସନ (ସଂଶୋଧନ) ଅଧିନିୟମ-୨୦୨୫ ସମ୍ପର୍କରେ ଅନୁଧ୍ୟାନ ପାଇଁ ଗଠିତ ସଂସଦୀୟ ଯୁଗ୍ମ କମିଟିର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଉକ୍ତ ଜେପିସିର ଅଧ୍ୟକ୍ଷା ଭାବେ ମନୋନୀତ କରିଛନ୍ତି। ୩୧ ସଦସ୍ୟ ବିଶିଷ୍ଟ ଜେପିସିରେ ଲୋକସଭାରୁ ୨୧ ଏବଂ ରାଜ୍ୟସଭାରୁ ୧୦ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ରବି ଶଙ୍କର ପ୍ରସାଦ, ଅନୁରାଗ ସିଂ ଠାକୁର, ବିଷ୍ଣୁ ଦୟାଲ ରାମ, ଡିକେ ଅରୁଣା, ପୁରୁଷୋତ୍ତମ ଭାଇ ରୂପାଲା, ସୁପ୍ରିୟା ସୁଲେ, ଅସଦଉଦ୍ଦିନ ୱବେସୀ ଏବଂ ହରସିମରତ କୌର ପ୍ରମୁଖ ଜେପିସି ପ୍ୟାନେଲରେ ସ୍ଥାନ ପାଇଛନ୍ତି। ସେହିପରି ରାଜ୍ୟସଭାରୁ ବ୍ରିଜ ଲାଲା, ଉଜ୍ବଲ ନିକ୍କମ, ନବମ ରେବିଆ, ନୀରଜ ଶେଖର, ମନନ କୁମାର ମିଶ୍ର , ଡ. କେ ଲକ୍ଷ୍ମଣ ଏବଂ ସୁଧା ମୂର୍ତ୍ତି ଜେପିସିରେ ଅଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories