www.samajalive.in
Wednesday, December 10, 2025
15.1 C
Bhubaneswar

ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଲଣ୍ଡନ : ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ। ସେ ଦଳୀୟ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେରେମି ହଣ୍ଟକୁ ପରାସ୍ତ କରିଛନ୍ତି।
ପ୍ରକାଶ ଯେ ବ୍ରିଟେନ ୟୁରୋପୀୟ ୟୁନିଅନ ସହ ବ୍ରିକ୍ସଜିଟ୍‍ ମାମଲାକୁ ନେଇ ଜୁନ ୭ରେ ଥେରେସା ମେ’ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବ୍ରିଟେନର ଶାସକ କଂଜରଭେଟିଭ ଦଳ ବୋରିସ ଜନସନ ଏବଂ ଜେରେମି ହଣ୍ଟଙ୍କ ମଧ୍ୟରୁ ଜଣଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରିବାକୁ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମତ ଜାଣିବାକୁ ଚାହିଁଥିଲା। ଏହି କ୍ରମରେ ସୋମବାର କଂଜରଭେଟିଭ ଦଳରେ ନିର୍ବାଚନ ହୋଇଥିଲା। ଏଥିରେ ଦଳର ୧.୬୦ ଲକ୍ଷ କାର୍ଯ୍ୟକର୍ତ୍ତା ମତଦାନ ସାବ୍ୟସ୍ତ କରିଥିଲେ। ବହୁମତ ସହ ଜନସନ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି। ବ୍ରିଟେନ ସମ୍ବିଧାନ ଅନୁସାରେ ବହୁମତ ପ୍ରାପ୍ତ ଦଳର ନେତା ପ୍ରଧାନମନ୍ତ୍ରୀ ହୋଇଥାନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଏବଂ ଦଳ ଅଧ୍ୟକ୍ଷ ପଦ ଦୌଡ଼ରେ ଅନ୍ତିମ ଦୁଇ ନାମ ଜନସନ ଏବଂ ଜେରେମି ହଣ୍ଟ ଥଲା। ଏହା ମଧ୍ୟରେ ଥେରେସା ମେ’ଙ୍କ ସରକାରରେ ବିଦେଶ ମନ୍ତ୍ରୀ ଥିବା ସାର ଆଲାନ ଡଙ୍କାନ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଜନସନଙ୍କ ସହ କାମ କରିପାରବି ନାହିଁ, ତେଣୁ ନିଜ ପଦରୁ ଇସ୍ତଫା ଦେଉଛି ବୋଲି ଆଲାନ ଡଙ୍କାନ କହିଛନ୍ତି। ସେହିପରି ବ୍ରିଟେନ ଅର୍ଥ ମନ୍ତ୍ରୀ ଫିଲିପ ହାମୋଣ୍ଡ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଜନସନ ପ୍ରଧାନମନ୍ତ୍ରୀ ହେଲେ ଦଳର ଅନେକ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଦେବେ ବୋଲି ରବିବାର ବ୍ରିଟେନ ଆଇନ ମନ୍ତ୍ରୀ ଡେଭିଡ ଗୁଇକେ କହିଥିଲେ। ନୂଆ ପ୍ରଧାନମନ୍ତ୍ରୀ ଚୟନ ପର୍ଯ୍ୟନ୍ତ ଥେରେସା ମେ’ ବ୍ରିଟେନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ଫଳରେ ମାସେ ହେବ ପ୍ରଧାନମନ୍ତ୍ରୀ ପଦ ପାଇଁ ଜନସନ ଏବଂ ହଣ୍ଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ଜନସନଙ୍କ ବିଜୟ ସହ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଥେରେସା ମେ’ଙ୍କ ସମୟର ଅନ୍ତ ଘଟିଛି। ସେ ମଙ୍ଗଳବାର ନିଜର ଶେଷ କ୍ୟାବିଟେନ ବୈଠକରେ ଭାଗ ନେବେ। ପରେ ସେ ନିଜ ଇସ୍ତଫାପତ୍ର ରାଣୀ ଏଲିଜାବେଥଙ୍କୁ ପ୍ରଦାନ କରିବେ। ଏହାପରେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories