ସମ୍ବଲପୁରରେ ଏଟିଏମ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଅଞ୍ଚଳରେ ହୋଇଥିବା ଏଟିଏମ ଲୁଟ୍‌ର ପର୍ଦ୍ଦାଫାଶ ହୋଇଛି। ଏକସଙ୍ଗେ ୧୯ ଲକ୍ଷ ୬୪ ହଜାର ୩୦୦ ଟଙ୍କା ଜବତ କରିଛି ସମ୍ବଲପୁର ପୁଲିସ। ସମ୍ବଲପୁର ବଜାର ବ୍ରାଞ୍ଚରୁ ଲୁଟ୍ ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁମନ ସାହୁକୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ସୁମନ ଏଟିଏମର ଟେକ୍ନିକାଲ କାମ ଜାଣିଥିବାରୁ ଲୁଟ୍ କରିବା ପାଇଁ ତାକୁ ସୁବିଧା ହୋଇଥିଲା।

Comments are closed.