କଟକରେ ଏସ୍‌ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକରେ ଏସ୍‌ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Copy Editor AH | Published On: Aug 13, 2017 07:15 PM IST | Updated On: Aug 13, 2017 01:21 PM IST |   96

କଟକ : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ଗଠନ କରିଥିବା ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍ (ଏସ୍ଆଇଟି) ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଳାଧନ ପ୍ରସଙ୍ଗରେ ଆସନ୍ତାକାଲି(ସୋମବାର) ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପାଇଁ ସ୍ଥିର ହୋଇଥିବା ଜଣାଯାଇଛି । ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦେଶାଳୟର ପୂର୍ବାଞ୍ଚଳ ସ୍ୱତନ୍ତ୍ର ନିର୍ଦେଶକ, ଓଡିଶା ଶାଖା ଇଡି ମୁଖ୍ୟ, ସେଣ୍ଟ୍ରାଲ ଏକ୍ସସାଇଜ୍ ଓ କଷ୍ଟମ୍ସ, ରାଜ୍ୟ ଖଣି ବିଭାଗ, କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଡିଜି, ଭିଜିଲାନ୍ସ ନିର୍ଦେଶକ, ଆୟକର ବିଭାଗ କମିଶନର, ବାଣିଜ୍ୟକର ବିଭାଗ ସ୍ୱତନ୍ତ୍ର ଆୟୁକ୍ତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି । ତେବେ ତଦନ୍ତ ଓ ଅନୁସନ୍ଧାନ ସଂକ୍ରାନ୍ତ ସଦ୍ୟ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯିବ । ତେବେ ଓଡ଼ିଶାରେ ଧର୍ମଗୁରୁ ବୋଲାଉଥିବା ତଥାକଥିତ ବାବା ସୁରେନ୍ଦ୍ର ମିଶ୍ର ଓ ସାରଥି ବାବାଙ୍କ ଆର୍ଥିକ କାରବାର, ମାଫିଆଙ୍କ ଠୁଳ ସଂପତ୍ତି ଓ ଶିକ୍ଷାନୁଷ୍ଠାନରେ ଲାଗିଥିବା କଳାଧନ, ରିୟଲ ଇଷ୍ଟେଟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । 

ଗତ ମାର୍ଚ୍ଚ ମାସ ୨ତାରିଖରେ ଏହି ବୈଠକ ଉପାଧ୍ୟକ୍ଷଙ୍କ ତଳ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ବସିଥିଲା । ଏହି ପରିପ୍ରେକ୍ଷୀରେ ଅନେକ ତଦନ୍ତ ଘଟଣାର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା ।

 

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ