ତିନି ତଲାକ ପ୍ରସଙ୍ଗ ; ନୂତନ ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ତିନି ତଲାକ ପ୍ରସଙ୍ଗ ; ନୂତନ ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

Copy Editor | Published On: Aug 13, 2017 06:44 PM IST |   217

ନୂଆଦିଲ୍ଲୀ : ମୁସଲମାନ ସଂପ୍ରଦାୟରେ ପ୍ରଚଳିତ ତିନି ତଲାକ, ନିକାହା, ହାଲାଲା ଓ ବହୁପତ୍ନୀ ଗ୍ରହଣ ପରମ୍ପରାର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଏକ ନୂତନ ଆବେଦନର ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି  । ପ୍ରଧାନବିଚାରପତି ଜେ.ଏସ୍. ଖେହର ଓ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି  । ପୂର୍ବରୁ ଏହି ପ୍ରସଙ୍ଗ ଅଦାଲତଙ୍କ ବିଚାରାଧୀନ ରହିଛ ବୋଲି ଖଣ୍ଡପୀଠ କହିଛନ୍ତି  । ବିଚାରାଧୀନ ଏହି ମାମଲାର ରାୟ ବର୍ତ୍ତମାନର ଆବେଦନ ଲାଗି ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ଖଣ୍ଡପୀଠ କହିଛନ୍ତି । ମୁସଲମାନ ସଂପ୍ରଦାୟର ତିନିତଲାକ ପରମ୍ପରାର ସାମ୍ବିଧାନିକ ବୈଧତା ସଂପର୍କିତ ମାମଲାଗୁଡ଼ିକର ଦୀର୍ଘ ୬ ଦିନ ଧରି ଶୁଣାଣି କରିବା ପରେ ଗତ ମେ ମାସ ୧୮ ତାରିଖ ଦିନ ସର୍ବୋଚ୍ଚ ଅଦାଲତଙ୍କ ଏକ ପାଂଚଜଣିଆ ସାମ୍ବିିଧାନିକ ବେଞ୍ଚ  ଏ ସଂପର୍କରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି  ।

Tags:

Like Us

Breaking News

ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୮୧ରନର ବିଜୟ ଲକ୍ଷ୍ୟ ଦେଲା ଭାରତ , କୋହଲିଙ୍କ ଦମଦାର ପ୍ରଦର୍ଶନ, ୧୨୧ ରନ କଲେ କୋହଲି କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି ।