ଆସନ୍ତା କାଲି ଜନ୍ମାଷ୍ଟମୀ ; ସାରା ରାଜ୍ୟ ଉତ୍ସବ ମୁଖର

ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି

Published On: Aug 13, 2017 06:16 PM IST |   294

ଆସନ୍ତା କାଲି ଜନ୍ମାଷ୍ଟମୀ ; ସାରା ରାଜ୍ୟ ଉତ୍ସବ ମୁଖର

Copy Editor

ପୁରୀ: ଆସନ୍ତା କାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ  । ଏଥିପାଇଁ ଆଜିଠାରୁ ସରା ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ବିଭିନ୍ନ ମଠ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଏହି ପବିତ୍ର ଉତ୍ସବ ପାଳନ କରିବା ପାଇଁ  ଆୟୋଜନ ଚାଲିଛି  । ରାଜ୍ୟର ପୁର ପଲ୍ଲୀରେ ଥିବା ମଠ ଓ ମନ୍ଦିର ଗୁଡିକରେ ସାଜସଜା ଆରମ୍ଭ ହୋଇଯାଇଛି  । 

ଅନ୍ୟ ପକ୍ଷରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ  ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ  ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି  । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ତାହାକୁ ଯେପରି କେହି ସାଧାରଣ ଭକ୍ତ ଦେଖି ନପାରିବେ ସେଥିଲାଗି ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି  । ସନ୍ଧ୍ୟାଧୂପ ନୀତି ଶେଷହେବା ପରେ ରାତି ପ୍ରାୟ ସାଢେ ୧୧ଟା ବେଳକୁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଇ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ଆରମ୍ଭ ହେବ ବୋଲି ସୂଚନା ମିଳିଛି  । ମହାପ୍ରଭୁଙ୍କର ପ୍ରସବ ବେଦନା ଲାଘବ କରିବାପାଇଁ ଆଜି  କେବଳ ଜଗନ୍ନାଥଙ୍କ ବାଡରେ ଗର୍ଭ ଉଦକ ଭୋଗ କରାଯିବ  । ଆସନ୍ତାକାଲି ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଲୁଗା ଘୋଡାଇହୋଇ ଜନ୍ମ ଚକଡାଠାରେ ଶ୍ରୀକୃଷ୍ଣଙ୍କୁ ଜନ୍ମ କରାଇବେ  । ଏହି ଅବସରରେ ଶ୍ରୀମନ୍ଦିରରେ  ଲକ୍ଷାଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ଆବଶ୍ୟକୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସୂଚନା ମିଳିଛି  । ଏତଦ୍‌ବ୍ୟତିତ ଶ୍ରୀକ୍ଷେତ୍ରରେ ଥିବା ଶତାଧିକ  ମଠବାଡି ମାନଙ୍କରେ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବ ପାଳନ ଲାଗି ପ୍ରସ୍ତୁତି ଚାଲିଛି  ।

ସେହିପରି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଚକାପାଦ ଓ ଜଲେଶପେଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମରେ ଜନ୍ମାଷ୍ଟମୀ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି  । ସ୍ୱାମିଜୀଙ୍କ ଶ୍ରାଦ୍ଧ ବାର୍ଷିକୀକୁ ବଳିଦାନ ଦିବସଭାବେ ପାଳନ କରାଯାଉଛି  । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସାଧୁ-ସନ୍ଥ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି  । ସେହି ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି  । ୨୦୦୮ ମସିହା ଜନ୍ମାଷ୍ଟମୀରେ ମ୍ବାମିଜୀଙ୍କୁ ହତ୍ୟା କରାଯାଇଥିଲା  ।

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |