୩୩୩ ରନ ପଛରେ ଶ୍ରୀଲଙ୍କା

ଭାରତ ୪୮୭, ଶ୍ରୀଲଙ୍କା ୧୩୫

Published On: Aug 13, 2017 04:51 PM IST | Updated On: Aug 13, 2017 09:42 AM IST   357

୩୩୩ ରନ ପଛରେ ଶ୍ରୀଲଙ୍କା

Copy Editor

କାଣ୍ଡି : କାଣ୍ଡିର ପାଲ୍ଲେକେଲେ ନେସନାଲ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ  ଚାଳିଥିବା ଚଳିତ ଟେଷ୍ଟ ସିରିଜ୍‌ର ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି  । ବିଗତ ଦୁଇଟି ଟେଷ୍ଟ ଭଳି ଏହି ଟେଷ୍ଟ ମ୍ୟାଚରେ ମଧ୍ୟ ଭାରତ ମଜବୁତ ସ୍ଥିତିରେ ଥିବା ବେଳେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ଇନିଂସରେ ୧୩୫ ରନ କରିଥିବା ବେଳେ ଦ୍ବିତୀୟ ଇନିଂସରେ ଗୋଟିଏ ୱିକେଟ ହରାଇ ୧୯ ରନ କରିଛି।  ଭାରତର  ପ୍ରଥମ ଇନିଂସ ସ୍କୋର ୪୮୭ ରନକୁ ପିଛା କରି ନିୟମିତ ବ୍ୟବଧାନରେ ୱିକେଟ ହରାଇ ଶ୍ରୀଲଙ୍କା ଶେଷରେ ୧୩୫ ରନ କରିପାରିଛି। ଏକଦା ମାତ୍ର ୨୨.୧ ଓଭରରେ ୬ଟି ୱକେଟ ହରାଇ ଥିବା ବେଳେ ୩୩ ଓଭରରେ ୮ ୱିକେଟ ହରାଇଥିଲା। ପରେ ୩୭.୭ ଓଭରରେ ବାକି ୨ଟି  ୱିକେଟ ହରାଇ ୧୩୫ ରନ କରିଥିଲା । ୩୫୨ ରନ ପଛରେ ଥାଇ ପରେ ଦ୍ବିତୀୟ ଇନିଂସ ଆରମ୍ରେଭ କରି ଶ୍ରୀଲଙ୍କା ଗୋଟିଏ ୱିକେଟ ହରାଇ ୧୯ ରନ କରିଛି।

ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ୬ ୱିକେଟରେ ୩୨୯ ରନରୁ ଖେଳ ଆରମ୍ଭ କରି ହାଦ୍ରିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଶତକ ବଳରେ ୪୮୭ ରନ କରି ଅଲଆଉଟ ହୋଇଥିଲା  । ପାଣ୍ଡ୍ୟା ୯୬ ବଲରେ ୭ଟି ଛକା ଓ ୪ଟି ଚୌକା ବଳରେ ୧୦୮ ରନ କରିଥିଲେ  । ଟେଷ୍ଟ କ୍ରିକେଟରେ ପ୍ରଥମ ପଦାର୍ପଣରେ ପାଣ୍ଡ୍ୟା ଶତକ ହାସଳ କରି ଆଉ ଏକ ରେକର୍ଡ କରିଛନ୍ତି  । ମଧ୍ୟାହ୍ନ ଭୋଜନ ପରେ ଭାରତ ଅଲଆଉଟ ହୋଇଯାଇଥିଲା  । ଗତକାଲି ଭାରତ ଶିଖର ଧାୱନଙ୍କ ୧୧୯ ଏବଂ କେ.ଏଲ ରାହୁଲଙ୍କ ୮୫ ରନ ବଳରେ ୬ ୱିକେଟରେ ୩୨୯ ରନ୍‌ କରିଥିଲା  । ଆଜି ଆଉ ୧୫୮ ରନ ଯୋଡି ଅଲଆଉଟ ହୋଇଥିଲା  । ଏବେ  ମ୍ୟାଚ ଭାରତ ସପକ୍ଷରେ ଥିବାବେଳେ ଏହାକୁ ବଜାୟ ରଖିବାକୁ ଭାରତୀୟ ଦଳ ଚେଷ୍ଟା କରିବ  । 

ପ୍ରଥମ ଟେଷ୍ଟରେ ଭାରତ ୩୦୪ରନ୍‌ ରେ ବିଜୟୀ ହୋଇଥିବା ବେଳେ ୨ୟ ଟେଷ୍ଟରେ ଏକ ଇନିଂସ ଓ ୫୩ ରନରେ ବିଜୟୀ ହୋଇଥିଲା  । ତେଣୁ ଏହି ମ୍ୟାଚ ଜିତି ଭାରତୀୟ ଦଳ ସିରିଜ ପୋଛି ନେବା ପାଇଁ ଆଶା ରଖିଛି  ।

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |