ଟ୍ରେନ୍‌ରୁ ବୋମା ଓ ଧମକପୂର୍ଣ୍ଣ ଚିଠି ଉଦ୍ଧାର

ଟ୍ରେନ୍‌ରୁ ବୋମା ଓ ଧମକପୂର୍ଣ୍ଣ ଚିଠି ଉଦ୍ଧାର

Copy Editor RKD | Published On: Aug 13, 2017 12:36 PM IST | Updated On: Aug 13, 2017 03:07 AM IST |   137

ଜାମ୍ମୁ : ଜାମ୍ମୁ ରେଳ ଷ୍ଟେସନରେ ଏକ ଟ୍ରେନରୁ ବୋମା ଉଦ୍ଧାର ପରେ ଜିଲା ବ୍ୟାପୀ ହାଇ ଆଲର୍ଟ ଜାରି କରିଦିଆଯାଇଛି  । ଏହି ବୋମା ସହ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଏଥିରେ ଲସ୍କର କମାଣ୍ଡର ଅବୁ ଦୁଜାନ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ଲେଖାଯାଇଛି  । ତେବେ ଜବତ ବୋମା ଗୁଡ଼ିକ କମ୍‌ ତୀବ୍ରତା ବା ଅଳ୍ପ କ୍ଷମତା ବିଶିଷ୍ଟ ବୋଲି ଜାଣିବାକୁ ମିଳିଛି  । ଏହାସହ ଆତଙ୍କବାମାନେ ସ୍ୱାଧୀନତା ଦିବସରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି  । ଫଳରେ ରାଜ୍ୟ ବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି  । ଜମ୍ମୁ ଷ୍ଟେସନରେ ଥିବା ସମସ୍ତ ଟ୍ରେନ୍‌କୁ ଟିକନିଖ୍‌ ଭାବେ ଯାଞ୍ଚ କରାଯାଉଛି । ସେପଟେ କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିଛି ।

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ