ବ୍ଲ୍ୟୁ ହ୍ୱେଲ ଗେମରୁ ୧୦ମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

ବ୍ଲ୍ୟୁ ହ୍ୱେଲ ଗେମରୁ ୧୦ମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

Copy Editor | Published On: Aug 13, 2017 12:19 PM IST |   2422

କୋଲକାତା : ପଶ୍ଚିମବଙ୍ଗ ମେଦିନାପୁର ଜିଲାର ଜଣେ ୧୦ମ ଶ୍ରେଣୀ ଛାତ୍ର କୁଖ୍ୟାତ ଅନଲାଇନ ଗେମ୍‌ ‘ବ୍ଲ୍ୟୁ ହ୍ୱେଲ’ର ଶିକାର ହୋଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି  । ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୪ ବର୍ଷିୟ ବାଳକର ନାମ ଅଙ୍କନ ଦେ  । ଶେଷଥର ଅଙ୍କନକୁ ବାପାଙ୍କ କମ୍ପ୍ୟୁଟରରେ ‘ବ୍ଲ୍ୟୁ ହ୍ୱେଲ’ ଗେମ୍‌ ଖେଳୁଥିବା ଦେଖିବାକୁ ମିଳିଥିଲା  । ପୁଲିସ୍‌ ଏହି କମ୍ପ୍ୟୁଟରକୁ ଜବତ କରିନେଇଛି  । ଗତ ଗିଛି ଦିନ ହେବ ନିୟମିତ ଭାବେ ଅଙ୍କନ ଏହି ଅନଲାଇନ୍‌ ଗେମ ଖେଳୁଥିଲା  । ପ୍ରାଥମିକ ତଦନ୍ତରୁ ଅଙ୍କନ  ‘ବ୍ଲ୍ୟୁ ହ୍ୱେଲ୍‌ ଗେମ’ ଖେଳରୁ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି  । ଅଙ୍କନ ନିଜ ଗାଧୁଆ ଘରକୁ ଗାଧୋଇବା ପାଇଁ ଯାଇଥିଲା  । ଘଣ୍ଟାଏରୁ ଅଧିକ ସମୟ ପରେ ବି ସେ ଗାଧୁଆ ଘରୁ ନବାହାରିବାରୁ ଘରଲୋକେ କବାଟ ବାଡେଇଥିଲେ  । କିଛି ଆବାଜ ନଆସିବାରୁ ଘର ଲୋକେ ଗାଧୁଆ ଘର କବାଟ ଭାଙ୍ଗ ପଲିଥିନରେ ସେ ଗୁଡ଼ାଇ ହୋଇ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ  । ଉଲ୍ଳେଖଯୋଗ୍ୟ ଯେ, ଏହାପୂର୍ବରୁ ମୁମ୍ବାଇର ଜଣେ ୧୪ ବର୍ଷର ବାଳକ ମନପ୍ରିତ ସାହାନ ବି ବ୍ଲ୍ୟୁ ହ୍ୱେଲ ଗେମ୍‌ର ଶିକାର ହୋଇ ଆତ୍ମହତ୍ୟା କରିଥିଲା  ।

Tags:

Like Us

Breaking News

ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୮୧ରନର ବିଜୟ ଲକ୍ଷ୍ୟ ଦେଲା ଭାରତ , କୋହଲିଙ୍କ ଦମଦାର ପ୍ରଦର୍ଶନ, ୧୨୧ ରନ କଲେ କୋହଲି କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି ।