ଜାତୀୟ ଗୀତ ବିନା ସ୍ୱାଧୀନତା ଦିବସ ପାଳିବାକୁ ବରେଲି କାଜିଙ୍କ ନିର୍ଦେଶ

ଜାତୀୟ ଗୀତ ବିନା ସ୍ୱାଧୀନତା ଦିବସ ପାଳିବାକୁ ବରେଲି କାଜିଙ୍କ ନିର୍ଦେଶ

Copy Editor RKD | Published On: Aug 13, 2017 11:21 AM IST |   566

ବରେଲି : ଅଗଷ୍ଟ ୧୫ ତାରିଖ ଦିନ ଜୀତୟ ଗୀତ ଗାନ ପୂର୍ବକ ସ୍ୱାଧୀନତା ଦିବସ ପାଳନ କରିବାକୁ ଉତ୍ତରପ୍ରଦେଶ ମାଦ୍ରାସା ଶିକ୍ଷା ପରିଷଦ ୧୧ ଅଗଷ୍ଟରେ ଏକ ସର୍କୁଲାର ଜାରି କରି ପ୍ରତି ମାଦ୍ରାସାକୁ ନିର୍ଦେଶ ଦେଇଛନ୍ତି  । ମାତ୍ର ଏବେ ବରେଲିର କାଜି ସହରରେ ଥିବା ସବୁ ମାଦ୍ରାସାଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଜାତୀୟ ଗୀତ ଗାନ ବିନା ସ୍ୱାଧୀନତା ଦିବସ ପାଳନ କର  । କାଜିଙ୍କ କହିବା ଅନୁଯାୟୀ ଜାତୀୟ ଗୀତରେ ଏପରି କିଛି ଶବ୍ଦ ଅଛି ଯାହା ଆହ୍ଲାଙ୍କ ଅସ୍ଥିତ୍ୱକୁ ଅବମାନନା କରୁଛି  । ତେଣୁ ମାଦ୍ରାସାରେ ଜାତୀୟ ଗୀତ ଗାନ ନକରି ସ୍ୱାଧୀନତା ଦିବସ ପାଳନ କରାଯିବ  । ବରେଲି କାଜି ଜମାତ ରଜା ଏ ମୁସ୍ତଫାଙ୍କ ମୁଖପାତ୍ର ନାସିର କ୍ୟୁରେଶି ଏହି ସୂଚନା ଦେଇଛନ୍ତି  । ଏପଟେ ଉତ୍ତରପ୍ରଦେଶ ମାଦ୍ରାସା ଶିକ୍ଷା ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି ଯେ ମାଦ୍ରାସାରେ ସ୍ୱାଧୀନତା ଦିବସ ପାଳନର ଭିଡ଼ିଓ କରାଯିବା ସହ ଫଟୋ ଉଠାଯିବ  । ଉତ୍ତରପ୍ରଦେଶ ସରକାର ରାଜ୍ୟସ୍ଥିତ ସବୁ ମାଦ୍ରାସାରେ ଅଗଷ୍ଟ ୧୫ ପାଳନ କରିବା ସହ ତ୍ରିରଙ୍ଗା ଉଡ଼ାଇବା, ଜାତୀୟ ସଂଗୀତ ଗାନ କରିବା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦେଶ ଦେଇଥିବା କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ କହିଛନ୍ତି  ।

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ