ମୋଦିଙ୍କ ଠାରରେ ନାଚିବେ ନୀତୀଶ : ଲାଲୁ

ମୋଦିଙ୍କ ଠାରରେ ନାଚିବେ ନୀତୀଶ : ଲାଲୁ

Copy Editor RKD | Published On: Aug 13, 2017 10:51 AM IST |   467

ପାଟନା : ବିହାରରେ ମହାମେଣ୍ଟ ହାତ ଛାଡ଼ି ବିଜେପି ସହ ସରକାର ଗଢିଥିବା ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁଣିଥରେ ବର୍ଷିଛନ୍ତି  । ଗତ କିଛି ଦିନ ଧରି ଲାଲୁ ନୀତିଶଙ୍କୁ ଟାର୍ଗେଟ କରି ବୟାନ ବାଜି ଜାରି ରଖିଛନ୍ତି  ।  ଏହାସହ ବିହାର ବିଜେପି ମୁଖ୍ୟ ତଥା ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦିଙ୍କୁ ମଧ୍ୟ ଲାଲୁ ସମାଲୋଚନା କରିଛନ୍ତି । ଲାଲୁ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆଙ୍ଗୁଠିରେ ନୀତୀଶଙ୍କୁ ନଚାଇବେ  । ପ୍ରଧାନମନ୍ତ୍ରୀ ସଂକେତ ଦେବାମାତ୍ରେ ନୀତୀଶଙ୍କୁ ଗୋଡ଼ରେ ଘୁଙ୍ଗୁର ପିନ୍ଧି ନାଚିବାକୁ ପଡ଼ିବ  । ଲାଲୁଙ୍କ ମନ୍ତବ୍ୟ ନେଇ ଜେଡିୟୁର କୌଣସି ନେତା ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଆଗକୁ ନୀତୀଶ ଏହାର କଡ଼ା ଜବାବ ଦେବେ ବୋଲି ଆଶା କରାଯାଉଛି  । ଏହାସହ ଲାଲୁ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦିଙ୍କୁ କଟାକ୍ଷ କରି ପଚାରିଛନ୍ତି ଯେ ଏତେଦିନ ଯାଏଁ କ’ଣ କରୁଥିଲେ  । ଭାଗଲପୁର ଜିଲାରେ ଥିବା ଅଣସରକାରୀ ସଂସ୍ଥା ସୃଜନ ମହିଳା ସହଯୋଗ ସମିତି ଏନଜିଓ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଥିବା ଅଭିଯୋଗ କରି ଏହାର ସିବିଆଇ ତଦନ୍ତ କରିବାକୁ ଲାଲୁ ଦାବି କରିଥିଲେ  । ଭାଗଲପୁର ଜମି ଦୁର୍ନୀତିରେ ନୀତୀଶ ଏବଂ ସୁଶିଲ ଉଭୟ ସଂପୃକ୍ତ ଥିବା ଲାଲୁ ଅଭିଯୋଗ କରିଛନ୍ତି  । 

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ