ବର୍ଷାଦିନେ ଘରେ କପଡା ଶୁଖାଇବାର ସହଜ ଉପାୟ

ବର୍ଷାଦିନେ ଘରେ କପଡା ଶୁଖାଇବାର ସହଜ ଉପାୟ

| Published On: Aug 13, 2017 03:26 AM IST |   1510

ସାଧାରଣତଃ ଆମେ ବର୍ଷା ଦିନେ ଘରେ ନିଜର ପୋଷାକ ବା କପଡା ଶୁଖାଇବାକୁ ବାଧ୍ୟ ହୋଇଥାଉ । ଏହାଦ୍ୱାରା କପଡା ଭଲଭାବେ ଶୁଖି ନପାରିବା ହେତୁ ଏଥିରୁ ଗନ୍ଧ ବାହାରିଥାଏ । ତେବେ ଏପରି କିଛି ସହଜ ଉପାୟ ଅଛି ଯାହାକୁ କରି ଆପଣ ଅତି ସହଜରେ ବର୍ଷାଦିନେ କପଡା ଶୁଖାଇ ପାରିବେ ।

୧)କପଡାକୁ ସଫା କରିବା ପରେ ଭଲ ଭାବେ ଚିପୁଡି ଦିଅନ୍ତୁ ଓ ତାପରେ କପଡାକୁ ହ୍ୟାଙ୍ଗରରେ ଶୁଖାନ୍ତୁ । ଏବଂ ଘରର ଝରକା ଆଦି ଖୋଲା ରଖନ୍ତୁ ଯାହାଦ୍ୱାରା ଘରକୁ ତାଜା ପବନ ଆସିବା ସହ କପଡା ଭଲ ଭାବେ ଶୁଖିଥାଏ ।

୨)ଓଦା କପଡାରୁ ଗନ୍ଧ ଦୂର କରିବାପାଇଁ ଘର କୋଣରେ ଏକ ଧୂପ ଜଳାଇ ଦିଅନ୍ତୁ । ଏଥିସହ କପଡା ସଫା କରିବା ପରେ ପାଣିରେ ୨ ଚାମଚ ସିରକା ମିଶାଇ ଏଥିରେ କପଡାକୁ   ଧୋଇ ଦିଅନ୍ତୁ । ଏହାଦ୍ୱାରା କପଡାରୁ ଗନ୍ଧ ବାହାରିବା ଦୂର ହେବା ସହ କପଡା ନରମ ରହିବ ।

୩) ଯେତେବେଳେ ଆପଣ ଘରେ କପଡା ଶୁଖାଉଛନ୍ତି ସେତେବେଳେ ମଇଶ୍ଚର ଲେବେଲ କମାଇବା ପାଇଁ  ଘରର ଏକ କୋଣରେ ଏକ ପାତ୍ରରେ ଲୁଣ ରଖନ୍ତୁ । ଏହି ଲୁଣ ମଇଶ୍ଚରକୁ ଶୋଷିବାରେ ସହଯୋଗ କରିଥାଏ ।

 

 

 

 

 

 

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ