ଶୋପିୟାରେ ସେନା - ଆତଙ୍କବାଦୀ ସଂଘର୍ଷ ଜାରି ;୩ଯବାନ ଶହୀଦ ,୩ ଆହତ

ଶୋପିୟାରେ ସେନା - ଆତଙ୍କବାଦୀ ସଂଘର୍ଷ ଜାରି ;୩ଯବାନ ଶହୀଦ ,୩ ଆହତ

| Published On: Aug 13, 2017 01:34 AM IST |   398

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଶୋପିୟା ଜିଲାରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ସେନା ପକ୍ଷରୁ ଶୋପିୟା ଜିଲାର ଅବନିରା ଗ୍ରାମରେ  ଥିବା ଆତଙ୍କବାଦୀ ମାନଙ୍କୁ ଚାରିଆଡୁ ଘେରାଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଏହି ଗୁଳି ବିନିମୟରେ ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୩ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସେହିପରି ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ଶନିବାର ସଂନ୍ଧ୍ୟାରେ ପାକିସ୍ଥାନ ସେନା ପକ୍ଷରୁ  ଅସ୍ତ୍ରବିରତି ଉଲ୍ଲଘଂନ କରାଯିବା ସହ ଭାରତୀୟ ସେନାଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ଏଥିରେ  ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ରକ୍ଷା ବିଭାଗର ଏକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଶହୀଦ ଯବାନ ଜଣକ ହେଲେ ମଧ୍ୟ ପ୍ରଦେଶ ନିବାସୀ ନାୟବ ସୁବେଦାର ଜଗରାମ ସିଂହ ତୋମର (୪୨) । 

 

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି