ରବିବାର ରାଶିଫଳ

ରବିବାର ରାଶିଫଳ

| Published On: Aug 13, 2017 12:55 AM IST |   1835

ମେଷ: ଗୃହ କାର୍ଯ୍ୟରେ ମନଦେଇ ପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ । ଶାରୀରିକ ଶକ୍ତି ବୃଦ୍ଧି ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମୋକଦ୍ଦମାରେ ବିଜୟୀ ହେବେ । ଧନ-ସମ୍ପଦ ଭରପୂର ରହିବ । ସୁଖ ମିଳିବ । 

ବୃଷ: ସାମାନ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତପ୍ରିୟ ହେବେ । ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ । ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିବେ ।

ମିଥୁନ: ଆବଶ୍ୟକୀୟ ମୁଲ୍ୟବାନ୍‌ ଦ୍ରବ୍ୟ କିିଣିବେ । ଯଶ୍ୱସୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

କର୍କଟ: ଆବଶ୍ୟକ ପଡୁଥିବା ସାହାଯ୍ୟ ମିଳିବ । ପରିଶ୍ରମର ସୁଫଳ ମିଳିବା ଆଶା କରାଯାଏ । ଚିତ୍ତ ପ୍ରସନ୍ନ ରହିବ । କୁଳଦୀପକ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।

ସିଂହ: ଶୁଭକାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରବାସପ୍ରିୟ ଓ ବିଦ୍ୱାନ୍‌ ହେବେ । 

କନ୍ୟା: ଶାସ୍ତ୍ର ପଟୁ ହେବେ । ସୁବର୍ଣ୍ଣାଦି ଯୁକ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶତ୍ରୁ ଦମନ କରିବାରେ ସକ୍ଷମ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ ।

ତୁଳା: ଉପବାସ କରିପାରନ୍ତି । ସୁଖ ସମ୍ଭୋଗ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଜାଗ୍ରତ ହୋଇପାରେ । ଅହଂକାରୀ ହୋଇପାରନ୍ତି । ଶାନ୍ତି ଓ ଧୈର୍ଯ୍ୟବାନ ହେବେ । ପନôୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି ।

ବିଛା: ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଦେଖା ଦେଇପାରେ । ଶତ୍ରୁ ବଳବାନ୍‌ ହେଲେ ବି ତାକୁ ଦମନ କରିବାରେ ସକ୍ଷମ ହେବେ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ଅତୁଟ ରହିବ । ଚାକିରିରେ ସୁନାମ ଅର୍ଜନ କରିବେ ।

ଧନୁ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଲାଭ ମିଳିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ ।

ମକର: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟକ୍ତି ବିଶେଷର ମର୍ଯାଦା ପାଇବେ । କୃଷି କର୍ମରେ ତତ୍ପର ହେବେ । ବୁଦ୍ଧିମାନ ହୋଇପାରନ୍ତି ।

କୁମ୍ଭ: ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି । ଅଧିକ ପରିଶ୍ରମ କଲେ ବି ତା’ର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ଶୈଳୀପୂର୍ଣ୍ଣ କଥାରେ ଅନ୍ୟମାନଙ୍କ ମନ କିଣିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ବିବାଦରେ ବିଜୟୀ ହେବେ ।

ମୀନ: ଯୋଜନାବଦ୍ଧଭାବେ କାର୍ଯ୍ୟ କରି ପ୍ରଶଂସା ଭାଜନ ହେବେ । ଆଶାବାଦୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ପରଦେଶବାସୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି ।

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି