ଚୋରି ଅଭିଯୋଗରେ ଯୁବକଙ୍କ ମୁହଁରେ ଚୂନକାଳି

ଚୋରି ଅଭିଯୋଗରେ ଯୁବକଙ୍କ ମୁହଁରେ ଚୂନକାଳି

| Published On: Aug 13, 2017 12:09 AM IST | Updated On: Aug 13, 2017 05:01 AM IST |   415

ବାଲେଶ୍ୱର: ସହଦେବଖୁଣ୍ଟା  ଥାନା ଅର୍ନ୍ତଗତ ନୂଆବଜାର ଅଞ୍ଚଳରେ ଚୋରି ଅଭିଯୋଗରେ  ଜଣେ ଯୁବକଙ୍କ ମୁହଁରେ ଚୂନକାଳି ବୋଳିବା ସହ ହାତ ବାନ୍ଧି ତା ଦେହରେ ଚୋର ଲେଖିବା ଭଳି ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ସାଇକେଲ ଚୋରି ଅଭିଯୋଗରେ ସ୍ଥାନୀୟ ବ୍ୟବସାୟୀ ଜଣେ ଯୁବକଙ୍କୁ ମାଡ ମାରିବା ସହ ତାର ହାତ ବାନ୍ଧି ଦେଇଥିଲେ । ପରେ ତାର ଚୁଟି କାଟି , ଗଞ୍ଜି ପ୍ୟାଣ୍ଟ ଚିରି ଏଥିରେ ତାର ହାତ ବାନ୍ଧିବା ସହ ତାର ପିଠି ଓ ପେଟରେ ଚୋର ଲେଖି ବଜାର ବୁଲାଇ ଛାଡି ଦେଇଥିଲେ । ତେବେ ଯୁବକ ଜଣକ ମୁଁ ଚୋର ନୁହଁ ବୋଲି ଯେତେ କହିଲେ ବି କେହି ଶୁଣି ନଥିଲେ । ବିଚ ବଜାରରେ ଏପରି ଅମାନବୀୟ ଘଟଣା ଘଟିଥିଲେ ମଧ୍ୟ କେହି ଏହାର ପ୍ରତିବାଦ କରିନଥିଲେ ।  

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି