କଏଦୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କାରାଗାର

କଏଦୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କାରାଗାର

Published On: Aug 12, 2017 10:21 PM IST |   384

କଏଦୀଙ୍କ ପାଇଁ  ଶୀତତାପ ନିୟନ୍ତ୍ରିତ କାରାଗାର

Copy Editor

କାନସାସ : କଏଦୀମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ (ଏସି) କାରାଗାର  । ଆଶ୍ଚର୍ଯ୍ୟ ହେଲେ ବି ସତ  । ଆମେରିକାର କାନସାସ ପ୍ରଦେଶ ସରକାର ଏଠାକାର କଏଦୀମାନଙ୍କ ପାଇଁ ଏସି  କାରାଗାର ତିଆରି କରିବାକୁ ଯାଉଛନ୍ତି । ଜେଲ୍‌ର କଏଦୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପାଇଁ ଏସି କୋଠରି ତିଆରି କରାଯିବ । ଅତ୍ୟଧିକ ଗରମରୁ ରକ୍ଷା ପାଇଁ ଏପରି କାରାଗାର ତିଆରି କରିବାକୁ କାରାଗାର ସଂସ୍କାର ଦାୟତ୍ୱରେ ଥିବା ଅଧିକାରୀମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଉତ୍ତର କାନସାସ ସହର ଠାରୁ ୨୫କି.ମି ଦୂର ଲେଭେନୱର୍ଥରେ ଏହି କାରାଗାର ଅବସ୍ଥିତ  । ଲେଭେନୱର୍ଥରେ ଦୁର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି କରାଗାର ନିର୍ମାଣ କରାଯାଇଛି  । ଏହାକୁ ଅନ୍ୟତମ ଫେଡେରାଲ କାରାଗାର ବୋଲି ମଧ୍ୟ କୁହାଯାଏ  । ସେଠାକାର ବ୍ୟବସ୍ଥା ଅନୁସାରେ କଏଦୀମାନଙ୍କୁ କରାଗାରରେ ଆରାମ ଦାୟକ ସେବା ପ୍ରଦାନ କରାଯିବା ଦରକାର  ।  ଏହା କରା ନ ଗଲେ ତାହା କଏଦୀମାନଙ୍କର ମାନବିକ ଅଧିକାର ଉଲଂଘନ ବୋଲି ବିବେଚନା କରାଯାଏ  ।  

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |