କଏଦୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କାରାଗାର

କଏଦୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କାରାଗାର

Copy Editor | Published On: Aug 12, 2017 10:21 PM IST |   414

କାନସାସ : କଏଦୀମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ (ଏସି) କାରାଗାର  । ଆଶ୍ଚର୍ଯ୍ୟ ହେଲେ ବି ସତ  । ଆମେରିକାର କାନସାସ ପ୍ରଦେଶ ସରକାର ଏଠାକାର କଏଦୀମାନଙ୍କ ପାଇଁ ଏସି  କାରାଗାର ତିଆରି କରିବାକୁ ଯାଉଛନ୍ତି । ଜେଲ୍‌ର କଏଦୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପାଇଁ ଏସି କୋଠରି ତିଆରି କରାଯିବ । ଅତ୍ୟଧିକ ଗରମରୁ ରକ୍ଷା ପାଇଁ ଏପରି କାରାଗାର ତିଆରି କରିବାକୁ କାରାଗାର ସଂସ୍କାର ଦାୟତ୍ୱରେ ଥିବା ଅଧିକାରୀମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଉତ୍ତର କାନସାସ ସହର ଠାରୁ ୨୫କି.ମି ଦୂର ଲେଭେନୱର୍ଥରେ ଏହି କାରାଗାର ଅବସ୍ଥିତ  । ଲେଭେନୱର୍ଥରେ ଦୁର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି କରାଗାର ନିର୍ମାଣ କରାଯାଇଛି  । ଏହାକୁ ଅନ୍ୟତମ ଫେଡେରାଲ କାରାଗାର ବୋଲି ମଧ୍ୟ କୁହାଯାଏ  । ସେଠାକାର ବ୍ୟବସ୍ଥା ଅନୁସାରେ କଏଦୀମାନଙ୍କୁ କରାଗାରରେ ଆରାମ ଦାୟକ ସେବା ପ୍ରଦାନ କରାଯିବା ଦରକାର  ।  ଏହା କରା ନ ଗଲେ ତାହା କଏଦୀମାନଙ୍କର ମାନବିକ ଅଧିକାର ଉଲଂଘନ ବୋଲି ବିବେଚନା କରାଯାଏ  ।  

Tags:

Like Us

Breaking News

କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ