ଗୋରଖପୁର ଶିଶୁ ମୃତ୍ୟୁ ସାମୁହିକ ହତ୍ୟାକାଣ୍ଡ : କୈଳାଶ ସତ୍ୟାର୍ଥୀ

ବିଗତ ତିନି ଦିନରେ ୬୩ ଲୋକଙ୍କର ମୃତ୍ୟୁ

Copy Editor AH | Published On: Aug 12, 2017 09:38 PM IST |   279

ୱାଶିଂଟନ : ନେବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ଗୋରଖପୁରରେ ଶିଶୁ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  । ଏଥିପାଇଁ ସେ ଉତ୍ତର ପ୍ରଦେଶ ସରକାରଙ୍କୁ ଦାୟୀ କରିଛନ୍ତି । ଆମ ପିଲାମାନଙ୍କ ପାଇଁ  ସ୍ୱାଧୀନତାର ୭୦ ବର୍ଷର ଅର୍ଥ କ’ଣ ଏଇଆ ବୋଲି ସେ ଶନିବାର ସେ ନିଜ ଟ୍ୱିଟରରେ ପ୍ରଶ୍ନ କରିଛନ୍ତି ? ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରି ସେ ଲେଖିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ନିଜେ ଘଟଣାର ଅନୁଧ୍ୟାନ କରନ୍ତୁ  । ଫଳରେ ମେଡିକାଲ କ୍ଷେତ୍ରରେ ଦଶକ ଦଶକ ଧରି ଚାଲିଥିବା ଭ୍ରଷ୍ଟାଚାରର ଅନ୍ତ ହୋଇପାରିବ  । ‘ଅମ୍ଳଜାନ ଅଭାବରୁ ୩୦ ଶିଶୁଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ସାମୁହିକ ହତ୍ୟାକାଣ୍ଡ ବୋଲି ଶ୍ରୀ ସତ୍ୟାର୍ଥୀ ଲେଖିଛନ୍ତି  । ସୂଚନାଯୋଗ୍ୟ ଯେ ଗୋରଖପୁରର ବାବା ରାଘବ ଦାସ ମେଡିକାଲ କଲେଜ ସ୍ଥିତ ନେହେରୁ ହସ୍ପିଟାଲରେ ବିଗତ ତିନି ଦିନରେ ୬୩ ଲୋକଙ୍କର ମୃତ୍ୟୁ ଘଟିଛି  । ସେଥିରୁ ଅଧିକାଂଶ ହେଉଛନ୍ତି ଶିଶୁ ।

ଏହି ଦୁଃଖଦ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଏହି ଘଟଣା ବଡ଼ ଦୁଃଖ ଦାୟକ, ପ୍ରଶାସନର ଦାୟିତ୍ୱହୀନତା  ଓ ଜିଦ୍‌ଖେର ମନୋଭାବ ଯୋଗୁଁ ଏହି ଅଘଟଣ ଘଟିଛି  । ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ଏହି ଘଟଣା ପାଇଁ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦାୟୀ କରି ତାଙ୍କ ଇସ୍ତଫା  ଦାବି କରିଛନ୍ତି  । ସମାଜବାଦୀ ପାର୍ଟି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି  । ପାର୍ଟି  ଅଧ୍ୟକ୍ଷ ଅଖିଳେଶ ଯାଦବ ଘଟଣାର  ଉଚ୍ଚସ୍ତରୀୟ ତଦନ୍ତ ଦାବି କରି କହିଛନ୍ତି, ଯୋଗୀ ସରକାର ଏଥି ପାଇଁ ଦାୟୀ ତେଣୁ ତାଙ୍କୁ ବରଖାସ୍ତ କରିବା ଦରକାର । ସୁଭାଷ ଚିଲଡ୍ରେନ ସୋସାଇଟିର ସଂପାଦକ କମଲ ତିୱାରୀ ଶିଶୁଙ୍କ ପିଲାଦିନ ଛଡାଇନେଇଥିବା ସରକାର କ୍ଷମତାରେ ରହିବାର ପାଇଁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି  । 

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ