ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

ଆକ୍ରାନ୍ତଙ୍କ ସଂଖ୍ୟା ୩୬୭

Copy Editor AH | Published On: Aug 12, 2017 08:57 PM IST |   288

ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୩୬୭ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏସ୍‌ସିବିରେ ଗୁରୁବାର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ବ୍ୟକ୍ତି ଜଣଙ୍କ ବିହାରର ବାସିନ୍ଦା ହୋଇଥିବାବେଳେ ସେ ଏସ୍‌ସିବିରେ ଚିକିତ୍ସିତ ହେଉଥିଲେ । ସେହିପରି ଗତକାଲି ଡେଙ୍ଗୁରେ ମୃତ୍ୟୁବରଣ କରିଥିବା ୨୭ ବର୍ଷିୟ ଯୁବକଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ବୋଲି ଜଣାପଡିଛି ।

  ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ସମୟ ମଧ୍ୟରେ ରାଜ୍ୟରେ ୪୦୫୭ ଜଣ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ୩୫୮ ଜଣଙ୍କ ମଧ୍ୟରୁ ଭଦ୍ରକରେ ୫୯, କଟକ ୫୭, ବାଲେଶ୍ୱର ୫୩ , ଖୋର୍ଦ୍ଧା ୩୫ , ଯାଜପୁର ୩୦, ପୁରୀ ୨୩, ଜଗତସିଂହପୁର ୧୬ , କେନ୍ଦ୍ରାପଡା ୧୮, ଗଞ୍ଜାମ ୧୩, କେନ୍ଦୁଝର ୧୦ , ଢେଙ୍କାନାଳ ୮, ବଲାଙ୍ଗିର ୬ , ମୟୂରଭଞ୍ଜ ୪ , ନୟାଗଡ ୩, ସୁବର୍ଣ୍ଣପୁର ୩,କଳାହାଣ୍ଡି ୩ , ବରଗଡ ୩ , ନୂଆପଡା, କନ୍ଧମାଳ ଓ ଅନୁଗୋଳରେ ୨ ଜଣ ଲେଖାଏଁ ଏବଂ ବୌଦ୍ଧ , ରାୟଗଡା , ସୁନ୍ଦରଗଡ ଓ ଦେବଗଡରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ଏଥିରେ ପଡୋଶୀ ରାଜ୍ୟର ୧୨ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି । 

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ