ଡୋକଲାକ ବିବାଦ ; ଚୀନର ପିଲାଳିଆମୀ

ବିବାଦ ଆଗକୁ ବଢିଲେ ଆମେରିକା ଭାରତକୁ ସମର୍ଥନ ଦେବ

Published On: Aug 12, 2017 08:13 PM IST |   3051

ଡୋକଲାକ ବିବାଦ ; ଚୀନର ପିଲାଳିଆମୀ

Copy Editor

ୱାଶିଂଟନ : ଡୋକଲାମ ବିବାଦରେ ଚୀନ ଯେଉଁ ବ୍ୟବହାର ପ୍ରଦର୍ଶନ କରୁଛି ତାହା ପିଲାଳିଆମୀର ପରିଚୟ । ଅନ୍ୟ ପଟେ ଭାରତ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରୁଛି ତାହା ବେଶ ପରିପକ୍ୱତାର ନିଦର୍ଶନ ବୋଲି ଆମେରିକାର ଜଣେ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । ଆମେରିକା ନୌସେନା ମହାବିଦ୍ୟାଳୟର ପ୍ରଫେସର ଜେମ୍ସ ଆର ହୋଲମ୍ସ କହିଛନ୍ତି ଡୋକଲାମ ବିବାଦରେ ଭାରତ ଯେଉଁ ପଦକ୍ଷେପ ନେଇ ତାହା ଯଥାର୍ଥ । ଏହି ପ୍ରସଙ୍ଗରେ ଚୀନ ଯେଉଁ ଧମକ ଚମକ ଦେଉଛି ସେଥିରେ ଭାରତ କୌଣସି ପ୍ରକାର ପ୍ରଭାବିତ ହେବାର ନାହିଁ । ଭାରତ ଡୋକଲାମରୁ ନିଜର ସୈନ୍ୟ ପ୍ରତ୍ୟାହାର କରି ନାହିଁ । ବରଂ ଚୀନ ପିଲାଙ୍କ ଭଳି ଏହି ପ୍ରସଙ୍ଗରେ ନିଜର କ୍ରୋଧ ଓ ବିରକ୍ତି ପ୍ରକାଶ ପୂର୍ବକ ଭାରତକୁ ଧମକ ଦେଇଚାଲିଛି । ଆମେରିକା ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରିବା ନେଇ ହୋଲମ୍ସ କହିଛନ୍ତି ଯେ ଏହା ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି ତେଣୁ ଏ ପ୍ରସଙ୍ଗରେ ୱାଶିଂଟନ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ନୁହେଁ । ବିବାଦ ଯଦି ଆଗକୁ ବଢେ ତେବେ ଆମେରିକା ଏ କ୍ଷେତ୍ରରେ ଭାରତକୁ ସମର୍ଥନ ଦେବ ବୋଲି ହୋଲମ୍ସ କହିଛନ୍ତି ।

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |