ହାଇକୋର୍ଟରେ ଲୋକ ଅଦାଲତ, ୮୩ ମାମଲା ଫଇସଲା

୧.୮୦ କୋଟି କ୍ଷତିପୂରଣ ନିର୍ଦେଶ

Copy Editor | Published On: Aug 12, 2017 07:47 PM IST |   100

କଟକ : ଓଡ଼ିଶା ହାଇକୋର୍ଟରେ ଶନିବାର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ ବିଶ୍ୱନାଥ ରଥ,  ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ  ଏସ ଏନ ପ୍ରସାଦ, ଜଷ୍ଟିସ କେ ଆର ମହାପାତ୍ର, ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀ ବିଚାର ପାଇଁ ତାଲିକାଭୁକ୍ତ ହୋଇଥିବା ୪୨୨ବିଭିନ୍ନ ମାମଲା ମଧ୍ୟରୁ ୮୩ଟି ମାମଲାର ଫଏସଲା କରିଥିଲେ । ଏହି ମାମଲାଗୁଡିକ ମଧ୍ୟରେ ଜମି ଅଧିଗ୍ରହଣ, ବ୍ୟାଙ୍କ ସଂକ୍ରାନ୍ତ ମାମଲା, ଖାଉଟି ଓ ଖାଦ୍ୟ ଯୋଗାଣ, ମତ୍ସ୍ୟ, ଏଆରଡି, ବୀମା ସମ୍ବନ୍ଧୀୟ, ଅପରାଧ ସଂପର୍କ ମାମଲା ରହିଥିଲା । ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଏବଂ ଅନ୍ୟାନ୍ୟ ଘରୋଇ ବୀମା କମ୍ପାନୀମାନେ ଏହି ଲୋକ ଅଦାଲତରେ ଅଂଶ ଗ୍ରହଣ କରିଥିଲେ । ତେବେ ସମୁଦାୟ ୧କୋଟି ୮୦ ଲକ୍ଷ ୩୦ ହଜାର ଟଙ୍କାର କ୍ଷତିପୂରଣ ନିର୍ଦେଶ ଦିଆଯାଇଛି । ତେବେ ୩୫ଟି ଜମି ଅଧିଗ୍ରହଣ ମାମଲା ବିଚାର ପାଇଁ ନିଆଯାଇଥିବା ବେଳେ ୨୩ଟି କ୍ରିମିନାଲ କମ୍ପାଉଣ୍ଡେବଲ ଓ ବିବାହ ସମ୍ବଦ୍ଧୀୟ, ୪୧ଟି ରେଳବାଇ କ୍ଷତିପୂରଣ ମାମଲା, ୧୭ଟି ଖାଉଟି ଓ ଖାଦ୍ୟ ଯୋଗାଣ, ମତ୍ସ୍ୟ, ୪୪ ବିଦ୍ୟୁତ, ଟେଲିଫୋନ ମାମଲା, ୪୮ଟି ନ୍ୟାସନାଲ ବୀମା ସଂକ୍ରାନ୍ତ ମାମଲା, ଗୋଟିଏ ଜିଆଇସି ମାମଲା, ଦୁଇଟି ରିଲିଆନ୍ସ ଜେନେରାଲ ବୀମା, ୮୯ ଓରିଏଣ୍ଟାଲ ଇନ୍ସୁ୍ୟରାନ୍ସ, ୧୭ଟି ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସ, ୩୦ଟି ଜମି ଅଧିଗ୍ରହଣ ମାମଲା, ୨୮ଟି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ମାମଲା ଆଦି ବିଚାର ପାଇଁ ନିଆଯାଇଥିଲା ।

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି