କଂଗ୍ରେସର ଜିଲ୍ଲା ସଭାପତିମାନଙ୍କୁ ଭେଟିଲେ ଦଳର ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ

.

Published On: Aug 12, 2017 06:58 PM IST | Updated On: Aug 12, 2017 09:29 AM IST |   269

ଭୁବନେଶ୍ୱର:  ସର୍ବ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷା ସେନିଆ ଗାନ୍ଧୀଙ୍କ ଦ୍ୱାରା ଓଡିଶାରେ କଂଗ୍ରେସର ସ୍ଥିତି ବିଷୟରେ ରିପୋର୍ଟ ପ୍ରଦାନ କରିବାପାଇଁ ଗଠନ କରାଯାଇଥିବା ତିନି ଜଣିଆ ପର୍ଯ୍ୟବେକ୍ଷକ କମିଟି  କଂଗ୍ରେସ ଜିଲ୍ଲା ସଭାପତିମାନଙ୍କୁ ଭେଟିଛନ୍ତି। କଂଗ୍ରେସନେତା ଗୌରବ ଗୋଗଇ,ତାମ୍ର ଧ୍ୱଜ ସାହୁ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ଦଳରେ ଅଛନ୍ତି। ଏମାନଙ୍କ ସହ କଂଗ୍ରେସର ଓଡିଶା ପ୍ରଭାରୀ ବିକେ ହରି ପ୍ରସାଦ ଅଛନ୍ତି। କଂଗ୍ରେସ ଭବନରେ ସେ ପ୍ରଥମ ଚରଣରେ ବିଭିନ୍ନ ଜିଲ୍ଲାର ସଭାପତିମାନଙ୍କୁ ପର୍ଯ୍ୟବେକ୍ଷକ ଦଳ ସଦସ୍ୟମାନେ ଭେଟିଛନ୍ତି। ଏମାନେ ରାଜ୍ୟରେ ଦଳର ସ୍ଥିତି ବିଷୟରେ ଜିଲ୍ଲା ସଭାପତିମାନଙ୍କ ସହ କଥାବାର୍ତ୍ତା କରିଥିବା ସୂଚନା ମିଳିଛି।

 

ଦ୍ୱିତୀୟଚରଣରେ ଏମାନେ ଓଡିଶା ପ୍ରଦେଶ କଂଗ୍ରେସର କର୍ମକର୍ତ୍ତାମାନଙ୍କୁ ଭେଟି ଦଳର ସ୍ଥିତି ବିଷୟରେ ଆଲୋଚନା କରିବେ।ଏହାପରେ ଏମାନ ଦଳର ବିଧାୟକମାନଙ୍କ ଆଲୋଚନାକରିବାର କାର୍ଯ୍ୟକ୍ରମ ରହିଛି। ପିସିସିରେ ବାରମ୍ବାର ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ହୋଇ ଆସୁଛି। ପର୍ଯ୍ୟବେକ୍ଷକ ଦଳର ନେତା ଓ ବିଧାୟକଙ୍କୁ ଭେଟିବା ପରେ ନିଶ୍ଚୟ ନିଷ୍କର୍ସ ବାହାରିବ ବୋଲି କଂଗ୍ରେସର ବିଧାୟକ ନବ ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରକାଶ କରିଛନ୍ତି।

Tags:

Like Us

Breaking News

କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର ବଲାଙ୍ଗୀର: ଆସନ୍ତା ୨୬ ତାରିଖରେ ଶୁଲିଆ ଯାତ୍ରା: ବଳିପ୍ରଥା ବନ୍ଦ ପାଇଁ ପ୍ରଶାସନର ଆହ୍ୱାନ ବାଲେଶ୍ୱର ଆଲଏଜ୍‌ର  ୨୪୪ କୋଟି ଟଙ୍କାର ସମ୍ପତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦେଶାଳୟ