ଗୋରଖପୁର ଶିଶୁ ମୃତ୍ୟୁ ଘଟଣା : ମେଡିକାଲ କଲେଜ ଅଧ୍ୟକ୍ଷ ନିଲମ୍ବତ

ଅକ୍ସିଜେନ୍ ସିଲିଣ୍ଡର ଅଭାବ ଅଭିଯୋଗକୁ ଖଣ୍ଡନ

Copy Editor | Published On: Aug 12, 2017 06:13 PM IST |   255

ଗୋରଖପୁର : ଉତ୍ତର ପ୍ରଦେଶର ଗୋରଖପୁର ବାବା ରାଘବ ଦାସ ମେଡିକାଲ କଲେଜରେ ଅମ୍ଳଜାନ ଯୋଗାଣ ଅଭାବରୁ ଶିଶୁ ମୃତ୍ୟୁ ଘଟଣାରେ ମେଡିକାଲ କଲେଜ ଅଧ୍ୟକ୍ଷ ଆର.କେ ମିଶ୍ରଙ୍କୁ ସରକାର ନିଲମ୍ବିତ କରିଛନ୍ତି  । ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇଜଣ ମନ୍ତ୍ରୀଙ୍କୁ ମେଡିକାଲ କଲେଜକୁ ପଠାଇଛନ୍ତି  । ଗୋରଖପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି  । ସେ ନିଜେ ଘଟଣାସ୍ଥଳରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି  । ଅନ୍ୟ ପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ କହିଛନ୍ତି ଯେ, ବିଭିନ୍ନ ରୋଗ ଯୋଗୁଁ ଗତ ୭ ତାରିଖଠାରୁ ଏପର୍ଯ୍ୟନ୍ତ ୬୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି  । କିନ୍ତୁ ଅକ୍ସିଜେନ୍ ସିଲିଣ୍ଡର ଅଭାବ କାରଣରୁ କାହାର ମୃତ୍ୟୁ ଘଟି ନାହିଁ  । ମେଡିକାଲ କଲେଜରେ ଅକ୍ସିଜେନ୍ ସିଲିଣ୍ଡର ନ ଥିବା ଯୋଗୁଁ କିଛି ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ କେତେକ ସମ୍ବାଦ ଚ୍ୟାନେଲେରେ ପ୍ରସାରିତ ଖବରକୁ ଉତରପ୍ରଦେଶ ସରକାର ଖଣ୍ଡନ କରିଛନ୍ତି । ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାର ସମ୍ପୃକ୍ତ ମେଡିକାଲ କଲେଜରେ ସେଭଳି ଘଟଣା ଘଟି ନ ଥିବା ସ୍ପଷ୍ଟୀକରଣ ଦେଇଛନ୍ତି  । ଉତର ପ୍ରଦେଶ ସରକାର ଏକ କମିଟି ଗଠନ କରି ମେଡିକାଲ କଲେଜରେ ଶିଶୁ ମୃତ୍ୟୁ ଘଟଣା ନେଇ କାହାର ତ୍ରୁଟି ରହିଛି, ତାକୁ ଅନୁଧ୍ୟାନ କରୁଛନ୍ତି  । ସୂଚନାଯୋଗ୍ୟ ଯେ ଗୋରଖପୁର ଅଞ୍ଚଳରେ ଏହା ସବୁଠାରୁ ବଡ ମେଡିକାଲ କଲେଜ ତଥା ହସ୍ପିଟାଲ ।

ବିଗତ ୩୬ ରୁ ୪୮ ଘଣ୍ଟା ମଧ୍ୟରେ ୩୦ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତରଳ ଅମ୍ଳଜାନ ଯୋଗାଣ ବାବଦ ୬୭ ଲକ୍ଷ ଟଙ୍କାର ବକେୟା ଅର୍ଥ ନ ମିଳିବାରୁ ଯୋଗାଣକାରୀ ସଂସ୍ଥା ଅମ୍ଳଜାନ ଯୋଗାଣ ବନ୍ଦ କରିଦେଇଥିବା ସୂଚନା ମିଳିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ମଣ୍ଡଳୀ ଗୋରଖପୁରରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା  । ତେବେ  ବିଭିନ୍ନ ରୋଗ ଯୋଗୁଁ  ଶୁକ୍ରବାର ସୁଦ୍ଧା ୬୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛ ଏବଂ ଅକ୍ସିଜେନ୍ ସିଲିଣ୍ଡର ଅଭାବ କାରଣରୁ କାହାର ମୃତ୍ୟୁ ଘଟି ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି  । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କଠାରୁ ଏ ନେଇ ରିପୋର୍ଟ ତଲବ କରାଯାଇଛି  । ବିରୋଧୀ କଂଗ୍ରେସ ଓ ବିଏସପି ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଶନିବାର ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Tags:

Like Us

Breaking News

ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୮୧ରନର ବିଜୟ ଲକ୍ଷ୍ୟ ଦେଲା ଭାରତ , କୋହଲିଙ୍କ ଦମଦାର ପ୍ରଦର୍ଶନ, ୧୨୧ ରନ କଲେ କୋହଲି କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି ।