କ୍ଷୀର ପିଇବା ବେଳେ ଏହି ଦିଗ ପ୍ରତି ସାବଧାନ ରୁହନ୍ତୁ

ଜାଣନ୍ତୁ କ୍ଷରୀ ପିଇବାର ସଠିକ୍ ସମୟ

Published On: Aug 12, 2017 05:10 PM IST |   1761

ପ୍ରତିଦିନ କ୍ଷୀର ପିଇବା ଶରୀର ପାଇଁ ହିତକାର ଅଟେ। କ୍ଷୀରରେ କ୍ୟାଲସିୟମ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସବୁ ସମୟରେ କ୍ଷୀର ପିଇବା ଶରୀର ପାଇଁ ହାନି କାରକ ହୋଇପାରେ। ଆସନ୍ତୁ ଜାଣିବା କେଉଁ ସମୟରେ କ୍ଷୀର ପିଇବା ଉଚିତ୍ ଏବଂ କେଉଁ ସମୟରେ କ୍ଷୀର ପିଇବା ଅନୁଚିତ୍। 

କେଉଁ ସମୟରେ କ୍ଷୀର ପିଇବା ଉଚିତ୍

. ସକାଳ ସମୟରେ କ୍ଷୀର ପିଇବା ଉଚିତ୍। ଏହି ସମୟରେ କ୍ଷୀର ପିଇବା ଦ୍ବାରା ଦିନ ସାରା କାମ କରିବାକୁ ଶକ୍ତି ଯୋଗାଇଥାଏ

. ୪୦ରୁ ୫୦ ବର୍ଷ ଉର୍ଦ୍ଧ ବ୍ୟକ୍ତି ଦ୍ବିପ୍ରହରରେ କ୍ଷୀର ପିଇବା ଉଚିତ୍

. ସକାଳ ସଂଧ୍ୟାରେ ପିଲାମାନେ କ୍ଷୀର ପିଇବା ଉଚିତ୍। ପିଲାମାନେ ସଂଧ୍ୟାରେ କ୍ଷୀର ପିଇବା ଦ୍ବାରା ସେମାନଙ୍କ ଦୃଷ୍ଟି ଶକ୍ତି ଭଲ ରହିଥାଏ

 . ଯେଉଁମାନେ ଡେରି ରାତି ଯାଏଁ ପାଢୁଛନ୍ତି କିମ୍ବା ଅଫିସ କାମ କରୁଛନ୍ତି ସେମାନେ ରାତିରେ କ୍ଷୀର ପିଇବା ଉଚିତ୍। ଫଳରେ କାମରେ ଏକାଗ୍ରତା ରହିବା ସହ ଭଲ ନିଦ ହୋଇଥାଏ

. ଉଷୁମ କ୍ଷୀର ପିଇବା ଦ୍ବାରା ମାନସିକ ଦୁଶ୍ଚିନ୍ତା ଦୂର ହେବା ସହ ନୀଦ ଭଲ ହୋଇଥାଏ

କେଉଁ ସମୟରେ କ୍ଷୀର ପିଇବା ଅନୁଚିତ୍              

. ନମକିନ ସହ କ୍ଷୀର ପିଇବା ଅନୁଚିତ୍ ବୋଲି ବିଶେଷଜ୍ଞ ମତ ଦିଅନ୍ତି

. ତ୍ଵଚା ସମ୍ବଧୀୟ କୌଣସି ରୋଗ ହୋଇଥିଲେ କ୍ଷୀର ପିଇବା ଅନୁଚିତ୍

 

. ମଧ୍ୟାହ୍ନ ଭୋଜନ ରାତ୍ରିଭୋଜନ ବେଳେ କ୍ଷୀର ପିଇବା ଅନୁଚିତ୍। ଭୋଜନର କିଛି ସମୟ ପରେ କ୍ଷୀର ପିଅନ୍ତୁ

Tags:

Like Us

Breaking News

ଅନୁଗୁଳ: ମୁଖ୍ୟ ଚିକିତ୍ସାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ମହିଳା ଓ ଶିଶୁ ୱାର୍ଡ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ୧୮୧୭ ପାଇକ ବିଦ୍ରୋହକୁ ମିଳିବ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା: ଜାଭେଡକର ଗଜପତି: ଚୋରି ସନ୍ଦେହରେ ଗ୍ରାମବାସୀ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ଜଣେ ଗିରଫ, ଅଭିଯୁକ୍ତ ନାଁ ହେଲା ଯାକବ ସଭାପତି ଭୁବନେଶ୍ୱର: ଶେଷ ହେଲା ରାଜ୍ୟ କ୍ୟାବିନେଟ୍ ବୈଠକ