ଏନଡିଏରେ ଯୋଗଦେବେ ନୀତିଶ କୁମାର !

ଶାହା-ନୀତିଶ ସାକ୍ଷାତ

Copy Editor | Published On: Aug 12, 2017 05:05 PM IST | Updated On: Aug 12, 2017 07:41 AM IST |   638

ନୂଆଦିଲ୍ଲୀ : ଏନଡିଏରେ ଯୋଗଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର  । ଜେଡି(ୟୁ)ରେ ଆଭ୍ୟନ୍ତରୀଣ କନ୍ଦଳ ଲାଗିରହିଥିବା ବେଳେ ବଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏନଡିଏରେ ଯୋଗଦେବାକୁ ନୀତିଶ କୁମାରଙ୍କୁ ଆମନ୍ତ୍ରଣ କରିଛନ୍ତି  ।  ଶୁକ୍ରବାର ଶ୍ରୀ ଶାହା ନୀତିଶ କୁମାରଙ୍କୁ ସାକ୍ଷାତ କରି ଏନଡିଏରେ ଯୋଗଦେବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ  । ଦଳର ବରିଷ୍ଠ ନେତା ଶରଦ୍ ଯାଦବଙ୍କ ବିଦ୍ରୋହ ଏବଂ ତାଙ୍କୁ ରାଜ୍ୟସଭାରେ ନେତା ପଦରୁ ହଟାଯିବା ଏବଂ ବିହାରେ ଆରଜେଡି ପକ୍ଷରୁ ଲାଲୁ ଯାଦବ ଏବଂ ତାଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀ ଯାଦବଙ୍କ ନୀତିଶ ବିରୋଧୀ ଅଭିଯାନ ଜୋର ଧରିଥିବା ବେଳେ ଏନଡିଏରେ ଯୋଗ ଦେବା ତାଙ୍କ ପାଇଁ ନିରାପଦ ବୋଲି ଦଳର ନେତା ଓ କର୍ମୀମାନେ ବିବେଚନା କରୁଛନ୍ତି  । ଅନ୍ୟ ପକ୍ଷରେ ଜେଡି(ୟୁ) କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବ କି ବୋଲି ଏକ ପ୍ରଶ୍ନର ଉତର ଦେଇ ଜଣେ ଜେଡି(ୟୁ) ନେତା କହିଛନ୍ତି, ଏହା ସ୍ୱାଭାବିକ କଥା  । କାରଣ ଯେତେବେଳେ ଏନଡିଏ ସହିତ ମେଣ୍ଟ କରି ଜେଡି(ୟୁ) ବିହାରରେ ସରକାର ଗଠନ କରିଛି, ସେ ଦୃଷ୍ଟିରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ସ୍ୱାଭାବିକ ବୋଲି ସେ କହିଛନ୍ତି  । ସୂଚନାଯୋଗ୍ୟ ଯେ ଗତ ମାସ ୨୭ ତାରିଖରେ ନୀତିଶ କୁମାର ବିଜେପି ସହ ମେଣ୍ଟ କରି ବିହାରରେ ନୂଆ ସରକାର ଗଠନ କରିଥିଲେ  । ପୂର୍ବରୁ ମଧ୍ୟ ଜେଡି(ୟୁ),ଏନଡିଏର ସହଯୋଗୀ ଦଳ ଥିଲା  । ତେଣୁ ନୀତିଶ ଏବଂ ଜେଡି(ୟୁ)ର ଘର ବାହୁଡା ଏନଡିଏକୁ ଅଧିକ ଶକ୍ତିଶାଳୀ କରିବ  ।

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି